ମାଡ଼ିଗଲା ଡମ୍ପର :ବାପା-ମା’ ଓ ପୁଅ ସମେତ ୪ ମୃତ

0 68

ନୂଆଦିଲ୍ଲୀ, ୧୧ ।୬: ରାଜଧାନୀ ଦିଲ୍ଲୀ ନଜଫଗଡ ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣକର ସ୍ଥିତି ଗମ୍ଭୀର ରହିଛି । ମୃତକଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ଜଣାପଡିଛି । ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ମର୍ଣ୍ଣିଙ୍ଗ ୱାକ ପାଇଁ ଯାଇଥିଲେ । ସେତେବେଳେ ଏକ ଡମ୍ପର ଦ୍ରୁତ ଗତିରେ ଆସିଥିଲା ଓ ୫ଜଣଙ୍କ ଉପରେ ଚଢି ଯାଇଥିଲା । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ଡମ୍ପର ଡ୍ରାଇଭରକୁ ହେପାଜତକୁ ନେଇ ପୋଲିସ ମାମଲାର ଯାଞ୍ଚ କରୁଛି । ସୂଚନା ଅନୁଯାୟୀ, ଦୁର୍ଘଟଣା ସକାଳ ପ୍ରାୟ ସାଢେ ୫ଟା ସମୟରେ ହୋଇଛି । ସେତେବେଳେ ଏମାନେ ମର୍ଣ୍ଣିଙ୍ଗ ୱାକ୍ ପାଇଁ ଯାଇଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଡମ୍ପର ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ହେଲେ ଅଶୋକ, ତାଙ୍କ ପତ୍ନୀ କିରଣ ଓ ପୁଅ ଇଶାନ୍ତ । ଆଉ ଜଣେ ହେଲେ ଯଶବନ୍ତ ସିଂହ । ଅଶୋକଙ୍କ ଆଉ ଜଣେ ପୁଅ ଗମ୍ଭୀର ଆହତ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଡମ୍ପର ଫୁଟପାଥ ଉପରକୁ ଚଢି ଯାଇଥିଲା ବୋଲି କୁହାଯାଉଛି । ସେଠାରେ ଲାଗିଥିବା ସିସିଟିଭିରେ ପୁରା ଘଟଣା କଏଦ ହୋଇଛି । ଡମ୍ପର କିଭଳି ଲୋକଙ୍କ ଉପରକୁ ଚଢି ଯାଇଥିଲା ତାହା ସିସିଟିଭିରେ ସ୍ପଷ୍ଟ ନଜର ଆସୁଛି ।

Leave A Reply

Your email address will not be published.