“ପିଞ୍ଜରାରେ ଥିବା ବାଘ ସହିତ ଦୋସ୍ତି କରିବନି ବିଜେପି’

0 77

ପୁଣେ, ୧୧ ।୬: ଶିବସେନା ଏନଡିଏରୁ ଓହରିବା ପରେ ପୂର୍ବତନ ସହଯୋଗୀ ବିଜେପି ତଥା କେନ୍ଦ୍ର ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରେ । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛିଗୁଲେଇବାକୁ ଭୁଲନ୍ତିନି ଶିବସେନାର କୁହାଳିଆ ନେତା ସଞ୍ଜୟ ରାଉତ । ଗତକାଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ନେତା । ସଞ୍ଜୟଙ୍କ ଏପରି ମନ୍ତବ୍ୟ ବିଜେପିକୁ ଯଦିଓ ସୁହାଇଛି ହେଲେ ରାଜ୍ୟର ବିଜେପି ମୁଖିଆ ଏହାକୁ କଟାକ୍ଷ କରି ପରୋକ୍ଷରେ କହିଛନ୍ତି ପ୍ରଂଶସା କଲେ ବି ବିଜେପି ପିଞ୍ଜରାରେ ଥିବା ବାଘ ସହିତ ଦୋସ୍ତି କରିବାକୁ ଇଚ୍ଛା ରଖେନି । ନିକଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ମେଣ୍ଟ ସରକାରରେ ଶିବସେନା-କଂଗ୍ରେସ ମଧ୍ୟରେ ମତଭେଦ ହୋଇଥିଲା । ଏହାର ପରେ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ଠିକ୍ ଏହାରି ପରେ ପରେ ସଞ୍ଜୟ ବିଜେପି ଓ ମୋଦିଙ୍କୁ ପ୍ରଶଂସା କରିବା ଶିବସେନା ନିଜ ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ଏଭଳି ମତ ରଖିଛି ବୋଲି କୁହାଯାଉଛି । ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର ତାଙ୍କ ଜନ୍ମଦିନକୁ ନେଇ ଏକ ପ୍ରେସ କନଫରେନସ କରିଥିଲେ । ଏହି ସମୟରେ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି । ୨୦୨୨ରେ ପୁଣେ, ମୁମ୍ୱାଇ ଏବଂ ଅନ୍ୟାନ୍ୟ ସହରରେ ପୌର ନିର୍ବାଚନ ହେବ ବୋଲି ଜଣାପଡ଼ିଛି । ଏହି ଅବସରରେ ସଞ୍ଜୟଙ୍କ ପରୋକ୍ଷରେ ବାଣ ମାରି କହିଛନ୍ତି, ନିକଟରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କୁ ଜଣେ ବାଘର ଫଟୋ ଉପହାର ଦେଇଥିଲେ । ସେହି ଫଟୋ ବହୁତ ଭଲ ଥିଲା ବୋଲି ଏହି ଅବିସରରେ ପାଟିଲ କହିଥିଲେ । ଏହି ସମୟରେ ଜଣେ ରିପୋର୍ଟର ଶିବସେନା ପାର୍ଟିର ଚିହ୍ନ ବାଘକୁ ଯୋଡ଼ି ପଚାରିଥିଲେ ବାଘ ଭଲ ଲାଗୁଛି ହେଲେ ଶିବସେନା ସହ ଆଗାମୀ ଦିନରେ ଦୋସ୍ତି ହେବ କି ନାହିଁ । ଜବାବରେ ପାଟିଲ କହିଛନ୍ତି ବିଜେପି ଅନେକଙ୍କ ସହିତ ମିଶିବାକୁ ଭଲ ପାଏ ଦୋସ୍ତି କରିବାକୁ ଇଚ୍ଛା ରଖେ । ବିଜେପି ବାଘ ସହିତ ଦୋସ୍ତି କରିବାକୁ ଇଚ୍ଛୁକ । ହେଲେ ଯିଏ ପିଞ୍ଜରାରେ ରହିଛି ତା ସହିତ ବିଜେପି ଦୋସ୍ତି କରିବାକୁ ଇଚ୍ଛା ରଖେ ନାହିଁ ।

Leave A Reply

Your email address will not be published.