କର୍ମକର୍ତ୍ତାଙ୍କ ଦାୟିତ୍ୱହୀନତା ଯୋଗୁଁ ଲୋକେ ପାନୀୟ ଜଳକଷ୍ଟ ଭୋଗୁଛନ୍ତି ।

0 69

ପାରଳାଖେମୁଣ୍ଡି, ୧୨ା୬ : ସରକାର ଗାଁ ଗାଁ କୁ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି, ହେଲେ ସବୁ ଯୋଜନା ଥିବା ସତ୍ତେ୍ୱ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ସମସ୍ୟା ଦୁରୀକରଣ ହେଉନାହିଁ । ଗଜପତି ଜିଲ୍ଲା ଆର୍.ଉଦୟଗିରି ଠାରେ ପ୍ରକଳ୍ପ ଅଛି । ଘର ସମ୍ମୁଖରେ ପାଇପ୍ ବିଛାଯାଇଛି । ହେଲେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଗଜପତି ଜିଲ୍ଲା ଆର୍.ଉଦୟଗିରି ଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପାଣି ଟାଙ୍କି ଏବଂ ତା ମଧ୍ୟରୁ ପାଇପ୍ ମଧ୍ୟ ସଂଯୋଗ କରାଯାଇ ଲୋକଙ୍କ ଘର ସମ୍ମୁଖ ପର୍ଯ୍ୟନ୍ତ ସଂଯୋଗ ଦିଆଯାଇଛି । ଆର୍.ଉଦୟଗିରିର ପ୍ରାୟ ଆଠ ହଜାର ଜନସଂଖ୍ୟା ବିଶିଷ୍ଠ ଅଞ୍ଚଳବାସୀଙ୍କୁ ଦୈନିକ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ହୋଇଛି । କିନ୍ତୁ ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁଁ ଏହାର କୌଣସି ସୁଫଳ ଅଞ୍ଚଳବାସୀ ପାଉନଥିବ।। ଅଭିଯୋଗ କରିଛନ୍ତି । କେଉଁଠି ନଳକୂପ ପୋତି ହୋଇ ରହିଛି । ତ ଆଉ କେଉଁଠି ମୁକୁଳା ପଡିଛି ଷ୍ଟାଣ୍ଡ ପୋଷ୍ଟ । ପାନୀୟ ଜଳର ଘୋର ଅଭାବ ଯୋଗୁଁ ନିତି ରାତି ପାହିଲେ ପାଣି ପାଇଁ ମହିଳାମାନେ ଟଣା ଓଟରା ହେଉଛନ୍ତି । ତଥାପି ଘର ଠାରୁ କିଲୋମିଟର ଦୂରରେ ଅସ୍ୱଚ୍ଛ ପରିବେଶ ମଧ୍ୟରେ ଥିବା ଅନ୍ୟ ଗୋଟିଏ ନଳକୂପରୁ ପାଣି ଆଣିବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ । ବର୍ଷ ବର୍ଷ ଧରି ଲାଗିରହିଥିବା ଜଳସମସ୍ୟା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଗୁହାରି ଜଣାଇ ଆସୁଛନ୍ତି । ତଥାପି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଜନସ।।ଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । କିନ୍ତୁ ଆର୍.ଉଦୟଗିରି ଅଞ୍ଚଳବାସୀଙ୍କ ଏହି ପାନୀୟଜଳ ସମସ୍ୟା ହିଁ ବୟାନ କରୁଛି ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ କେତେ ତତ୍ପର । ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.