ପଞ୍ଜାବ ନିର୍ବାଚନ ପୂର୍ବରୁ ବିଏସ୍ପି ସହ ଅକାଳୀ ଦଳର ମେଣ୍ଟ

0 60

ନୂଆଦିଲ୍ଲୀ, ୧୨ ।୬ : କୃଷି ଆଇନକୁ ବିରୋଧ କରି ବିଜେପିକୁ ବାଏବାଏ କହିଥିବା ଶିରୋମଣି ଅକାଳୀ ଦଳ ଏବେ ମୟାବତୀଙ୍କ ବିଏସ୍ପି ସହ ମେଣ୍ଟ କରିଛି । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆଜି ଅକାଳୀ ଦଳ ଓ ବିଏସପି ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ଅକାଳୀ ଓ ବିଏସପି ପରସ୍ପର ସହ ମେଣ୍ଟ କରିଛନ୍ତି । ଗତବର୍ଷ ସେପ୍ଟେମ୍ବର ମାସରେ ବିଜେପି ଠାରୁ ସୁଖବୀର ସିଂହ ବାଦଲଙ୍କ ଅକଳୀ ଦଳ ଅଲଗା ହୋଇଥିଲା । ଏବେ ନୂଆ ସାଥୀଙ୍କୁ ଆଧାର କରି ଦଳ ଏକାଧିକ ଆସନରେ ରହିଥିବା ଗ୍ୟାପ୍କୁ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି । ବିଏସ୍ପି ଏବେ ବିଜେପି ପଞ୍ଜାବରେ ଅକାଳୀ ଦଳ ସହ ମିଶି ଲଢ଼ୁଥିବା ଆସନ ଗୁଡ଼ିକରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି । ବିଜେପି ସହ ଅକାଳୀ ଥିବା ବେଳେ ୯୦ଟି ଆସନରେ ପ୍ରାର୍ଥୀ ଦେଉଥିଲା । ଅକାଳୀ ଦଳ ଓ ବିଏସ୍ପି ମେଣ୍ଟ କରିବା ପରେ ସିଟ୍ ସେୟାରିଂ ମଧ୍ୟ ଚୂଡ଼ାନ୍ତ କରିଛନ୍ତି । ପଞ୍ଜାବରେ ଥିବା ୧୧୭ ବିଧାନସଭା ଆସନରୁ ଅକାଳୀ ଦଳ ୯୭ଟି ସ୍ଥାନରେ ପ୍ରାର୍ଥୀ ଦେବ । ସେହିପରି ବାକି ୨୦ ଆସନରେ ପ୍ରାର୍ଥୀ ବିଏସ୍ପି ଦେବ । ସୁଖବୀର ସିଂହ ବାଦଲ କହିଛନ୍ତି, ଆଜି ପଞ୍ଜାବ ରାଜନୀତିରେ ନୂଆ ଦିନ । ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଏସ୍ପି ଓ ଅକାଳୀ ଦଳ ଏକାଠି ହୋଇ ଲଢ଼ିବେ । ଆଗକୁ ମଧ୍ୟ ଏହି ମେଣ୍ଟ ଏକାଠି ରହିବେ । ସୂଚନାଯୋଗ୍ୟ, ଦୀର୍ଘ ୨୭ ବର୍ଷ ପରେ ଅକାଳୀ ଦଳ ଓ ବିଏସ୍ପି ପରସ୍ପର ସହ ମେଣ୍ଟ କରିଛନ୍ତି । ୧୯୯୬ ଲୋକସଭା ନିର୍ବାଚନ ବେଳେ ଉଭୟ ଏକାଠି ହୋଇଥିଲେ । ଏହି ସମୟରେ ପଞ୍ଜାବର ୧୩ଟି ଲୋକସଭା ଆସନରୁ ଅକାଳୀ ଓ ବିଏସ୍ପି ମିଳିତ ଭାବେ ୧୧ଟିରେ ଜିତିଥିଲେ । ଏହି ସମୟରେ ମାୟାବତୀଙ୍କ ବିଏସ୍ପି ପ୍ରାର୍ଥୀ ଦେଇଥିବା ସମସ୍ତ ୩ଟି ଆସନରେ ଜିତିଥିବା ବେଳେ ଅକାଳୀ ଦଳ ୧୦ଟିରୁ ୮ଟିରେ ବାଜିମାତ କରିଥିଲା । ରାଜ୍ୟରେ ଥିବା ୩୧% ଦଳିତଙ୍କ ଭୋଟ ଉପରେ ବିଏସ୍ପିର ବେଶ ଦବାବଦ ରହିଛି । ପ୍ରାୟ ୨୩ଟି ଆସନରେ ଏହି ଦଳିତ ସମାଜର ଲୋକ ରହୁଛନ୍ତି । ପଞ୍ଜାବର ମୋଟ ଜନସଂଖ୍ୟାରୁ ପ୍ରାୟ ୪୦% ହେଉଛନ୍ତି ଦଳିତ ।

Leave A Reply

Your email address will not be published.