ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟ

0 77

କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ

ନୂଆଦିଲ୍ଲୀ, ୧୨ ।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଅଗଷ୍ଟ ୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି । ଏହାକୁ ଆରମ୍ଭରୁ ବେଆଇନ କହି କଂଗ୍ରେସ ସ୍ୱର ଶାଣିତ କରିଛି । ପାକିସ୍ତାନ ମଧ୍ୟ ସମାନ ଦାବି କରୁଛି । ଏହାରି ଭିତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ କ୍ଲବ ହାଉସ ଆପର ଏକ ଅଡିଓ ଭାଇରାଲ ହୋଇଛି । ଏହି ଅଡିଓରେ ଦିଗବିଜୟ ସିଂହ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ । ଧାରା ୩୭୦ ଉଚ୍ଛେଦ ବେଳେ କଶ୍ମୀରରେ ଗଣତନ୍ତ୍ର ନଥିଲା ବୋଲି ଦିଗବିଜୟ କହିଛନ୍ତି । ଏହାକୁ ନେଇ ବିଜେପି ମଧ୍ୟ ବାଣ ମାରିଛି । ବିରୋଧୀ ମୋଦିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧରେ କାମ କରିବା ଗ୍ରହଣୀୟ ନୁହେଁ । ତୁଷ୍ଟିକରଣ ରାଜନୀତି କରିବାକୁ ଯାଇ କଂଗ୍ରେସ ପାକିସ୍ତାନର ସହଯୋଗ ନେଉଛି ବୋଲି ବିଜେପି କହିଛି । ଦିଗବିଜୟଙ୍କ ଏହି କ୍ଲବ ହାଉସ ଆପର ଅଡିଓ ମେ ୧୨ର ବୋଲି ଜଣାପଡ଼ିଛି । ଦିଗବିଜୟ କ୍ଲବ ହାଉସ ଆପରେ ଜଣେ ପାକିସ୍ତାନ ସାମ୍ୱାଦିକ ଶାହଜେବଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । କ୍ଲବ ହାଉସ ଆପର ଅଡିଓ କ୍ସିପରେ ଦିଗବିଜୟ ସିଂ ଧାରା ୩୭୦କୁ ପୁନଃ ଲାଗୁ କରାଯିବ ବୋଲି ସେ ପରୋକ୍ଷରେ କହିଛନ୍ତି । ତେବେ ଅଡିଓର ସତ୍ୟତାକୁ ନେଇ ସୁନିଶ୍ଚିତ ହୋଇନାହିଁ । ଦିଗବିଜୟ ସିଂହ କହିଛନ୍ତି ଯେ ଯେତେବେଳେ ମୋଦି ସରକାର କଶ୍ମୀରରୁ ଧାରା ୩୭୦ ହଟାଇବା ବେଳେ ସେଠାରେ ଗଣତନ୍ତ୍ର ନଥିଲା । ସେଠାରେ କୌଣସି ମାନବିକତା ନଥିଲା କାରଣ ଅନେକ ନେତାଙ୍କୁ ସେତେବେଳେ ଜେଲରେ ରଖା ଯାଇଥିଲା । କଶ୍ମୀରରେ ସରକାରୀ ଚାକିରିରେ କଶ୍ମୀରୀ ପଣ୍ଡିତଙ୍କୁ ମଧ୍ୟ ସଂରକ୍ଷଣ ଦିଆଯାଉଛି । ଏଭଳି ପରିସ୍ଥିତିରେ ଧାରା ୩୭୦କୁ ହଟାଇବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ ଏବଂ ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ ୩୭୦ ବାବଦରେ ନିଷ୍ପତ୍ତି ପୁନର୍ବିଚାର କରିବ । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି, ଦିଗବିଜୟ ଜଣେ ବଡ଼ ନେତା । କଂଗ୍ରେସର ପି ଚିଦାମ୍ୱରମ, ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୈଧିୁରୀ ମଧ୍ୟ ସମାନ କଥା ପୂର୍ବରୁ କହିସାରିଛନ୍ତି । ତେଣୁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏ ବାବଦରେ ସ୍ପଷ୍ଟ ମତ ରଖିବା ଦରକାର । ଜଣେ ପାକିସ୍ତାନ ସାମ୍ୱାଦିକ ପ୍ରଶ୍ନର ଉତ୍ତର ଦେଇ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମତ ରଖିବା ଦରକାର ନଥିଲା । କଂଗ୍ରେସ ସରକାର ମୁମ୍ୱାଇରେ ୨୬/୧୧ ଆକ୍ରମଣ ଘଟଣାରେ ପାକିସ୍ତାନକୁ କ୍ଲିନଚିଟ୍ ଦେଇଥିଲା । ବିରୋଧୀ ମୋଦିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧରେ କାମ କରିବା ଗ୍ରହଣୀୟ ନୁହେଁ । ତୁଷ୍ଟିକରଣ ରାଜନୀତି କରିବାକୁ ଯାଇ କଂଗ୍ରେସ ପାକିସ୍ତାନର ସହଯୋଗ ନେଉଛି ବୋଲି ସମ୍ୱିତ କହିଛନ୍ତି ।

Leave A Reply

Your email address will not be published.