୧ ଲକ୍ଷ କୋଟି ଟଙ୍କା ଆଇଏଲ୍ଆଣ୍ଡଏଫ୍ଏସ୍ ଘୋଟାଲା

0 72

ପୂର୍ବତନ ଅଧ୍ୟକ୍ଷ ରବି ପାର୍ଥସାରଥୀ ଗିରଫ

ନୂଆଦିଲ୍ଲୀ, ୧୨ ।୬ : ବହୁ ଚର୍ଚ୍ଚିତ ଆଇଏଲ ଆଣ୍ଡ ଏଫଏସ ଘୋଟାଲାର ମାଷ୍ଟର ମାଇଣ୍ଡ ତଥା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରବି ପାର୍ଥସାରଥୀ ଗିରଫ । କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ନିକଟତମ ବ୍ୟକ୍ତି ହେଉଛନ୍ତି ରବି ପାର୍ଥସାରଥୀ । ଶୁକ୍ରବାର ଚେନ୍ନାଇର ଇଓଡବ୍ଲ୍ୟୁ ପାର୍ଥାସାରଥୀଙ୍କୁ ଗିରଫ କରିଛି । ଚେନ୍ନାଇ ପୁଲିସ କହିଛି ୬୩ ମୁନସ ଟେକ୍ନୋଲଜି ଲିମିଟେଡର ଏତଲା ଆଧାରରେ ପାର୍ଥସାରଥୀ ଗିରଫ ହୋଇଛନ୍ତି । ଏହି ୧ କୋଟି ଟଙ୍କାର ଦୁର୍ନୀତିରେ ୬୩ ମୁନସ ଟେକ୍ନୋଲଜି ଲିମିଟେଡର ୨ ଶହ କୋଟି ଏବଂ ଅନ୍ୟାନ୍ୟ କମ୍ପାନୀର ପଇସା ବୁଡ଼ି ଯାଇଥିବା ଅଭିଯୋଗ ରହିଛି । ରବି ପାର୍ଥସାରଥୀ ଏବେ ୧୫ ଦିନିଆ ପୁଲିସ ହେପାଜତରେ ରହିଛନ୍ତି । ସୋମବାର ମାଡ୍ରାସ ହାଇକୋର୍ଟରେ ରବି ପାର୍ଥସାରୀଥୀଙ୍କ ଜାମିନ ଆବେଦନର ଶୁଣାଣି ହେବ । ଅନ୍ୟପଟେ ଇଡି ମଧ୍ୟ ପାର୍ଥଙ୍କ ବିରୋଧରେ ଥିବା ଏହି ଆର୍ଥିକ ଅପରାଧିକ ମାମଲାର ତଦନ୍ତ କରୁଥିବା ସୂଚନା ରହିଛି । ଇଓଡବ୍ଲ୍ୟୁ କହିଛି ରବି ପାର୍ଥସାରଥୀଙ୍କ ନେତୃତ୍ୱରେ ଆଇଏଲ ଆଣ୍ଡ ଏଫଏସରେ ଦୁର୍ନୀତି ହୋଇଛି । ଏହି ଆଇଏଲ ଆଣ୍ଡ ଏଫଏସ ଅଧୀନରେ ୩୫୦ କମ୍ପାନୀ ରହିଛି । ଆଇଏଲ୍ ଆଣ୍ଡ ଏଫ୍ଏସ୍ ଗ୍ରୁପ ଉପରେ ମୋଟ ୯୧ ହଜାର କୋଟି ଟଙ୍କାର ଋଣ ରହିଛି । ଏହି ଗ୍ରୁପ ଅଧୀନରେ ଥିବା ଅନେକ କମ୍ପାନୀ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାନ୍ତି । ପାର୍ଥସାରଥୀଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଜାଲିଆତି, ଆର୍ଥିକ ଅନିୟମିତତା ସହିତ ଠକେଇ ମାମଲା ଇଡି ରୁଜୁ କରିଛି । ଆଇଏଲ୍ ଆଣ୍ଡ ଏଫ୍ଏସରେ ହୋଇଥିବା ଏହି ଘୋଟାଲା ବିଷୟରେ ୨୦୧୮ ମସିହାରେ ସାମ୍ନାକୁ ଆସିଥିଲା । ଯେତେବେଳେ ଆଇଏଲ ଆଣ୍ଡ ଏଫଏସ ଏବଂ ଏହାର ସହାୟକ କମ୍ପାନୀମାନେ ନଗଦ ଅଭାବ କାରଣରୁ ଋଣ ପରିଶୋଧ କରିବାରେ ବିଳମ୍ବ କରିଥିଲେ । ଆଇଏଲ ଆଣ୍ଡ ଏଫଏସ ଅନେକ ସରକାରୀ ପ୍ରକଳ୍ପ ସହିତ ଜଡିତ ଏବଂ ଏହି କମ୍ପାନୀ ଅଧିକାଂଶ ଋଣ ଆଣି ସରକାରୀ କମ୍ପାନୀମାନଙ୍କୁ ଦେଇଛି ।

Leave A Reply

Your email address will not be published.