ଭାରତକୁ ଆମେରିକାର ଚେତାବନୀ : ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଜନକ

71

ନୂଆଦିଲ୍ଲୀ : କୋଭିଶିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ସମୟସୀମାକୁ ନେଇ ଆମେରିକା ଭାରତକୁ ଚେତାବନୀ ଦେଇଛି । ଦୁଇଡୋଜ୍ ମଧ୍ୟରେ ସମୟସୀମା ବଢ଼ିଲେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉସି ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଦୁଇଡୋଜ୍ ଏମ୍ଆର୍ଏନ୍ଏ ଟିକା ଫାଇଜର୍ ମଧ୍ୟରେ ଉଚିତ ବ୍ୟବଧାନ ହେଉଛି ୩ ସପ୍ତାହ ଏବଂ ମଡର୍ଣ୍ଣା ମଧ୍ୟରେ ବ୍ୟବଧାନ ହେଉଛି ୪ ସପ୍ତାହ । ଏହି ବ୍ୟବଧାନ ବା ଅନ୍ତର ବୃଦ୍ଧି କରାଗଲେ ଜଣେ କୋଭିଡ୍ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଉପୁଜିପାରେ । ଇଂଲଣ୍ଡରେ ଦୁଇଡୋଜ୍ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇଛି । ସେ କ୍ଷେତ୍ରରେ ଜଣେ ଭାରିଆଣ୍ଟ୍ ଦ୍ୱାରା ଆକ୍ରାନ୍ତ ହୋଇପାରେ । ତେଣୁ ଆମର ପରାମର୍ଶ ନିର୍ଦ୍ଧାରିତ ବ୍ୟବଧାନ ଅନୁସାରେ ଟିକା ନିଅନ୍ତୁ । ଭାରତ ସରକାରଙ୍କ ସୂଚନା ଅନୁସାରେ କୋଭିଶିଲ୍ଡର ଦୁଇଡୋଜ୍ ମଧ୍ୟରେ ଅନ୍ତର ୪ ରୁ ୬ ସପ୍ତାହ ରହିଲେ ଏହା ୫୦ରୁ ୬୦ ପ୍ରତିଶତ ପ୍ରଭାବଶାଳୀ ହୋଇଥାଏ । ମାତ୍ର ଏହି ଅନ୍ତର ୧୨ରୁ ୧୬ ସପ୍ତାହ ରହିଲେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ହୋଇଥାଏ ।

ସେହିପରି ଭାରତୀୟ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ କୋଭିଶିଲ୍ଡର ଦୁଇଡୋଜ୍ ମଧ୍ୟରେ ରହିଥିବା ଅନ୍ତର ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ସମୟ ଅନ୍ତର ରହିଲେ ଭଲ ବୋଲି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ.ପଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ଭାରତ ସରକାର ୬ ରୁ ୮ ସପ୍ତାହ ଥିବା କୋଭିସିଲ୍ଡ୍ ଟିକା ଡୋଜ୍ ମଧ୍ୟସ୍ଥ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ । ଏହାଦ୍ୱାରା ଟିକାର ଫଳପ୍ରଦତା ବୃଦ୍ଧି ପାଇବ ବୋଲି କୁହାଯାଇଥିଲା । କିନ୍ତୁ ଟିକା ଅଭାବ ଯୋଗୁଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେ ସମୟରେ ଡାକ୍ତର ଫାଉଚି କହିଥିଲେ, ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ଯୁକ୍ତିଯୁକ୍ତ ବି·ର । କିନ୍ତୁ ଶୁକ୍ରବାର ଦିନ ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବେଗକୁ ଅତିକ୍ରମ କରିବା ଲାଗି ଯେତେ ଶୀଘ୍ର ସମ୍ଭବ ଲୋକମାନଙ୍କୁ ଟିକା ଦିଆଯିବା ଉଚିତ । ବିଶେଷକରି ଅଧିକ ସଂକ୍ରମଣଶୀଳ ଡେଲ୍ଟା ଭାରିଆଣ୍ଟ୍ ପାଇଁ ଏହା ଜରୁରି ।

Comments are closed.