ଜିଏସଟି କାଉନ୍ସିଲ ବୈଠକରେ ନିଷ୍ପତ୍ତି : ବ୍ଲାକ୍ ଫଙ୍ଗସ୍ ଔଷଧ ଉପରେ ଟ୍ୟାକ୍ସ ଛାଡ

77

ନୂଆଦିଲ୍ଲୀ : କରୋନା ସହ ଜଡିତ ସାମଗ୍ରୀ ଉପରେ ମନ୍ତ୍ରୀ ସମୂହ କରିଥିବା ସୁାରିସ୍କୁ ଆଜି ଜିଏସ୍ଟି କାଉନ୍ସିଲ୍ ସ୍ୱୀକାର କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍ଟି କାଉନ୍ସିଲ୍ ବୈଠକରେ ବ୍ଲାକ ଫଙ୍ଗସ୍ ଔଷଧକୁ ଟ୍ୟାକ୍ସମୁକ୍ତ କରାଯାଇଥିବା ବେଳେ କରୋନା ଟିକା ଉପରେ ପୂର୍ବରୁ ଥିବା ୫ ପ୍ରତିଶତ ଟ୍ୟାକ୍ସକୁ ବଳବତ୍ତର ରଖାଯାଇଛି । ଏହାସହ କରୋନା ସହିତ ଜଡିତ ଅନ୍ୟକିଛି ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରାଯାଇଥିବା ସୂଚନା ମିଳିଛି । ଜିଏସ୍ଟି କାଉନ୍ସିଲ କରୋନା ସହିତ ଜଡିତ ଯେଉଁ ସାମଗ୍ରୀଗୁଡିକ ଉପରେ ଟ୍ୟାକ୍ସ ହ୍ରାସ କରିଛି ତାହା ମଧ୍ୟରେ ରହିଛି ମେଡିକାଲ ଗ୍ରେଡ୍ ଅକ୍ସିଜେନ, ଅକ୍ସିଜେନ କନସେନଟ୍ରେଟର, ଭେଣ୍ଟିଲେଟର,ବାଇପେପ୍ ମେସିନ, ହାଇ ଫ୍ଲୁ ନଜାଲ ଫୁଲଣା ଓ କୋଭିଡ୍ ଟେଷ୍ଟିଂ କିଟ୍ । ଜିଏସ୍ଟି କାଉନ୍ସିଲ୍ ଏହିସବୁ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୧୨ ପ୍ରତିଶତ ଟ୍ୟାକ୍ସକୁ ହ୍ରାସ କରି ୫ ପ୍ରତିଶତ କରିଛନ୍ତି ।

ଜିଏସ୍ଟି ବ୍ୟବସ୍ଥାରେ ବାହନ ଆଇଟମ୍ ଉପରେ ୨୮ ପ୍ରତିଶତ କର ଲାଗୁ ରହିଥିଲା । ମାତ୍ର କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏବେ ଏହା ଉପରେ ୨୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଟ୍ୟାକ୍ସ ଲଗାଛନ୍ତି । କିନ୍ତୁ ଏହା ସେପ୍ଟେମ୍ବର ମାସ ଯାଏ ଲାଗୁ ହେବ । ସୂଚନାଯୋଗ୍ୟ ଯେ, ଆଜି ଜିଏସ୍ଟି କାଉନ୍ସିଲ୍ର ୪୪ ତମ ବୈଠକ ବସିଥିଲା । ଏହି ବୈଠକରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.