କମୁଛି ସଂକ୍ରମଣ: ୧୧ ଜିଲ୍ଲା ହେବ ଅନ୍ଲକ୍ !

68

ଭୁବନେଶ୍ୱର : ରାଜ୍ୟରେ ଅନ୍ଲକ୍ ପାଇଁ ସରକାର ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ଅନ୍ଲକ୍ ପାଇଁ ସମସ୍ତ ଜିଲ୍ଲାଗୁଡିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ । ୧୭ ପରେ କ’ଣ ହେବ ସେ ନେଇ ଖୁବ୍ଶୀଘ୍ର ବୈଠକ ଡ଼କାଯାଇ ନିଷ୍ପତ୍ତି ନିଆଯିବ । ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ୮ ଜିଲ୍ଲାରେ କଟକଣା ବଳବତ୍ତର ରହିପାରେ । ସେହିଭଳି ଯେଉଁଠି ସଂକ୍ରମଣ ହାର ୫ ପ୍ରତିଶତ ତଳେ ଥିବା ୧୧ ଜିଲ୍ଲାରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ମାତ୍ର ଶେଷ ନିଷ୍ପତ୍ତି ସରକାର ହିଁ ନେବେ । ସବୁ ଜିନିଷକୁ ବ୍ୟାଖ୍ୟାନ କରିବା ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବପରି ବଳବତ୍ତର ରହିବ । ଅନ୍ଲକ୍ ପାଇଁ ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ଲୋକମାନେ ଯଦି ଏହାର ସଠିକ୍ ବ୍ୟବହାର ନକରିବେ ତେବେ ପୁଣି ଥରେ ତାହାର ନେଗେଟିଭ୍ ଇଫେକ୍ଟ ପଡିପାରେ । କଟକ, ଅନୁଗୁଳ, ଖୋର୍ଦ୍ଧା,ଯାଜପୁର ଭଳି କିଛି ଜିଲ୍ଲାରେ ଏବେ କରୋନା ସଂକ୍ରମଣ ଅଧିକ ରହୁଛି । ମାତ୍ର ଲଗାତାର କିଛିଦିନ ହେବ ପଶ୍ଚିମ ଓଡିଶାରେ ବି ସଂକ୍ରମଣ ହାର କମୁଛି । ଅନ୍ୟ ଜିଲ୍ଲାଗୁଡିକରେ ମଝି ମଝିଆ ରହୁଛି । ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ ।

ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳ ଭଳି ଜିଲ୍ଲାରେ ସଂକ୍ରମଣ ହାର ହାଇ ରହୁଛି । ତେଣୁ ସେଠି ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ବଢିବା ପଛରେ ଦୁଇଟି କାରଣ ରହିଛି । ପୂର୍ବ କେସ୍ ଲୋଡ଼୍ ଓ ବର୍ତ୍ତମାନ ବି କିଛି ଲୋକ କ୍ରିଟିକାଲ୍ ଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି । ମାତ୍ର ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । ବର୍ତ୍ତମାନ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ବର୍ତ୍ତମାନ ବି କିଛି ଲୋକ ସିରିୟସ୍ ଅଛନ୍ତି । ତେଣୁ ତାଙ୍କର ଆଉଟ୍ କମ୍ ହିଁ କହିବ ଆଗକୁ କ’ଣ ରହିବ ମୃତ୍ୟୁ ସଂଖ୍ୟା ।

Comments are closed.