ବୈପାରିଗୁଡା ପୋଲିସ ପକ୍ଷରୁ ୧୧୮ କେଜି ଗଞ୍ଜେଇ ଜବତ, ୩ ଗିରଫ

71

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସ ପକ୍ଷରୁ ୧୧୮କେଜି ଗଞ୍ଜେଇ ଜବତ କରିବା ସହ ୩ଜଣ କୁ ଗିରଫ କରିଛି ବୈପାରିଗୁଡା ପୋଲିସ ।ବୈପାରିଗୁଡା ଥାନା ପାଖାପାଖି ଥିବା ବୀରଖମ୍ବ ସାହି ଛକ ଠାରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ୧୧୮କେଜି ଗଞେଇ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଚମ୍ପଟ ମାରି ପଳେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ସେମାନଙ୍କ ଠାରୁ ,୧୫ଶହ ଟଙ୍କା, ୨ଟି ମୋବାଇଲ ଫୋନ ସମେତ ୨ଟି ବାଇକ ଜବତ କରିଥିବା ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।ଗଞ୍ଜେଇ ବାଇକ ୨ଟି ମାଛକୁଣ୍ଡ ଠାରୁ ଯାଉଥିଲା ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।୨ଟି ବାଇକ ସହ ୩ଜଣ ଅଭିଯୁକ୍ତକୁ ପୋଲିସ କାବୁ କରିବାରେ ସଫଳ ହୋଇପାରିଥିବା ବେଳେ ଜଣେ ଅଭିଯୁକ୍ତ ଖସି ପଳେଇଥିବାର ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ହାଣ୍ଡିଖାଲ ଗ୍ରାମର ରାଜୁ ହନ୍ତାଳ ହୋଇଥିବା ବେଳେ ଅନ୍ୟ ୨ଜଣ ଅଭିଯୁକ୍ତ ହେଲେ ସଦନ ପାଙ୍ଗି, ବଳ ପାଙ୍ଗି କୋରାପୁଟ ଜିଲ୍ଲାର ମାଛକୁଣ୍ଡ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗିରଫ କରିବା ସମୟରେ ବୈପାରିଗୁଡା ଥାନାର ଏସ.ଆଇ – ଅସିତ କୁମାର ବଳବନ୍ତରାୟ,ଏ.ଏସ.ଆଇ – ସନ୍ତୋଷ କୁମାର ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଗଞ୍ଜେଇ ଚୋରାଚାଲାଣ କାରୀଙ୍କୁ ବୈପାରୀଗୁଡା ଥାନା କେସ ନମ୍ବର ୯୭/୨୧ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।

Comments are closed.