ସୁଧୁରୁଛି ଭାରତର ସ୍ଥିତି

78

-୭୧ଦିନ ପରେ ଲକ୍ଷେରୁ କମ୍ ଦୈନିକ ସଂକ୍ରମଣ
-କରୋନା ଆରୋଗ୍ୟ ହାର ୯୫.୨୬ ପ୍ରତିଶତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୧ ଲକ୍ଷରୁ ନିମ୍ନ ରହିଛି । ଗୋଟିଏ ଦିନରେ ୮୦,୮୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଦୀର୍ଘ ୭୧ଦିନ ମଧ୍ୟରେ ସର୍ବନିମ୍ନ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୩୯,୯୮୯ ଓ ମୃତ୍ୟୁସଂଖ୍ୟା ୩,୭୦,୩୮୪ରେ ପହଞ୍ଚିଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୧୨୬ ପ୍ରତିଶତ ରହିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨,୦୬୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୮୦,୪୩,୪୪୬ରେ ପହଞ୍ଚିଛି ।

ଦେଶରେ କରୋନା ଆରୋଗ୍ୟ ହାର ୯୫.୨୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ବ୍ୟତିରେକ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦,୨୬,୦୪୮ । ସେହିପରି ସକ୍ରିୟ ଆକ୍ରାନ୍ତ ହାର ୩.୪୯ ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୫,୩୧,୯୫,୦୪୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୨ ତାରିଖ ସୁଦ୍ଧା ସମୁଦାୟ ୩୭,୮୧,୩୨,୪୭୪ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୯,୦୦,୩୧୨ଟି ନମୁନା ।

ଦିଲ୍ଲୀରେ ଅନ୍ଲକ୍ ୩.୦ :

-ସକାଳ ୧୦ରୁ ରାତି ୮ଟା ଖୋଲିବ ଦୋକାନ ବଜାର

ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବହୁ ମାତ୍ରାରେ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଅନ୍ଲକ୍
ପ୍ରକ୍ରିୟାରେ ସମସ୍ତ ବଜାର, ମଲ୍,ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଜି ସକାଳ ୫ଟା ପରେ କିଛି କାର୍ଯ୍ୟକଳାପ ବ୍ୟତୀତ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ।

ଆଜିଠାରୁ ବଜାର ଖୋଲିବା ପାଇଁ ଅଡ ଇଭିନ୍ ଫର୍ମୁଲା ଲାଗୁହେବ ନାହିଁ । ପ୍ରାଇଭେଟ୍ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ ସକାଳ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ । ବଜାର, ମଲ୍ ଏବଂ ମାର୍କେଟ କମ୍ପେ୍ଲକ୍ସଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲି ।ରିବ । ରେଷ୍ଟୁରାଣ୍ଟ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲାଯିବ । ସାପ୍ତାହିକ ବଜାରକୁ ଅନୁମତି ଦିଆଯାଉଛି । କିନ୍ତୁ ଗୋଟିଏ ଦିନରେ କେବଳ ଗୋଟିଏ ସାପ୍ତାହିକ ବଜାରକୁ ଅନୁମତି ଦିଆଯିବ । ଘରେ କିମ୍ବା କୋର୍ଟରେ ୨୦ ଜଣଙ୍କ ଉପସ୍ଥିତିରେ ବିବାହ ଆୟୋଜନ କରାଯାଇପାରିବ । ଧାର୍ମିକ ସ୍ଥାନ ଖୋଲାଯାଉଛି କିନ୍ତୁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍କୁଲ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ,ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, କ୍ରୀଡା କମ୍ପେ୍ଲକ୍ସ, ସିନେମା, ଥିଏଟର୍, ମନୋରଞ୍ଜନ ପାର୍କ,ଭୋଜି ହଲ୍, ଅଡିଟୋରିୟମ୍, ସ୍ପା, ଜିମ୍, ସର୍ବସାଧାରଣ ପାର୍କଗୁଡିକ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଦିଲ୍ଲୀରେ କୋଭିଡ-୧୯ର ନୂଆ ମାମଲା ହ୍ରାସ ପାଇଥିବାରୁ ସରକାର ନିର୍ମାଣ କାର୍ଯ୍ୟ ଏବଂ କାରଖାନାଗୁଡ଼ିକୁ ଆସନ୍ତା ୩୧ ତାରିଖରୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ହାର ୦.୩ ପ୍ରତିଶତକୁ ଖସି ଆସିଛି ।

Comments are closed.