ରଜ ପରେ ହେବ ଅନ୍ଲକ୍ !

73

-୧୩ ଜିଲ୍ଲାରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର : ଧୀରେ ଧୀରେ ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ କମିବାରେ ଲାଗିଛି । କିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ଥିବା ବେଳେ ୧୩ଟି ଜିଲ୍ଲାରେ ୫ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର । ସଂକ୍ରମଣ ହାର ଦୃଷ୍ଟିରୁ ଏହି ସବୁ ଜିଲ୍ଲାକୁ ଗ୍ରୀନ ଜୋନ୍ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ । ପଜିଟିଭିଟି ରେଟ୍ ସବୁଠୁ କମ ରହିଛି ଝାରସୁଗୁଡ଼ାରେ । ଝାରସୁଗୁଡ଼ାରେ ୧.୪ ପ୍ରତିଶତ ରହିଥିବା ବେଳେ ପ୍ରଥମ ଲହରରେ ଚିନ୍ତା ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ହାର ରହିଛି ୧.୫ ପ୍ରତିଶତ । ଏପରିକି ସୁନ୍ଦରଗଡ଼ ଓ ସମ୍ବଲପୁରରେ ବି ଦୁଇ ପ୍ରତିଶତ ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ।

ସେହିପରି ନୂଆପଡ଼ା ଓ ଗଜପତି ଓ ୪ ପ୍ରତିଶତ ତଳେ ରହିଛି ବଲାଙ୍ଗିର, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲା । ସେହିପରି ୫ ପ୍ରତିଶତ ତଳକୁ ଖସିଛି ବରଗଡ଼,ଦେବଗଡ଼ ଓ କେନ୍ଦ୍ରାପଡ଼ାର ସଂକ୍ରମଣ ହାର । ତେଣୁ ଏହିସବୁ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ରାଜ୍ୟ ସରକାର । ସେପଟେ ୯ଟି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏହିସବୁ ଜିଲ୍ଲାକୁ ସଂକ୍ରମଣ ହାର ଦୃଷ୍ଟିରୁ ରେଡ ଜୋନରେ ରଖାଯାଇଛି । ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି ପଜିଟିଭିଟି ରେଟ୍ । ଯାଜପୁରର ସ୍ଥିତି ସବୁଠୁ ଉଦ୍ବେଗଜନକ ରହିଛି ।ଏହି ଜିଲ୍ଲାରେ ସଂକ୍ରମଣ ହାର ରହିଛି ୨୦.୮ ପ୍ରତିଶତ । ଏହା ତଳକୁ ରହିଛି ପୁରୀ ସଂକ୍ରମଣ ହାର ୧୪.୨ ପ୍ରତିଶତ । ବୌଦ୍ଧରେ ୧୧.୬ ଏବଂ କେନ୍ଦୁଝର ଓ ଙ୍କୋନାଳରେ ସଂକ୍ରମଣ ହାର ୧୧.୫ ପ୍ରତିଶତ ଥିବା ଖୋର୍ଦ୍ଧାରେ ରହିଛି ୧୧.୪ ପ୍ରତିଶତ । କଟକ ଓ ନୟାଗଡ଼ରେ ୧୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର ।

ଏହିସବୁ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିବାରୁ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଗୋଟିଏ ପଟେ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଅନ୍ୟପଟେ ସୁସ୍ଥହାର ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସଂକ୍ରମଣ ହାର ୭.୨୦ ପ୍ରତିଶତକୁ ଖସି ଆସିଛି ।

Comments are closed.