ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦ ପାଲି ନିକଟସ୍ଥ ସପ୍ତାଧାରା ନଦୀରେ ଅବନ୍ତିକା କମ୍ପାନୀ ପକ୍ଷରୁ ଏକ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେଉଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଖଇରପୁଟ ବ୍ଲକର ମୁଣ୍ଡିଗୁଡା ଠାରୁ ଆରମ୍ଭ କରି ସପ୍ତଧାରା ପର୍ଯ୍ୟନ୍ତ ୧୦ ହଜାର କିଲୋୱାଟ ପ୍ରାୟ ୧୫୦ ଟି ବିଜୁଳି ଖମ୍ବ ପୋତା ଯାଉଅଛି । ଏହି ବିଦ୍ୟୁତ ଖମ୍ବ ଗୁଡିକ ଆଦିବାସୀ ଲୋକଙ୍କ ପଟା ଜମିରେ ପୋତା ଯାଇଛି ।
ସୂଚନା ଅନୁସାରେ ଜମି ମାଲିକ ମାନଙ୍କୁ ୩-୪ ହଜାରଟଙ୍କା ଦେଇ କମ୍ପାନୀ କାମ ହାସଲ କରି ଚାଲିଥିଲା । ଏହା ବିଷୟରେ ଖଇରପୁଟ ଅଞ୍ଚଳର ସୁପରିଚିତ ସମାଜସେବୀ ଚିତ୍ତ ପଟ୍ଟନାୟକ ଜାଣିବା ପରେ ସେ ଉକ୍ତ କମ୍ପାନୀର ମାଲିକଙ୍କ ସହିତ କଥା ହୋଇ ପ୍ରତ୍ୟେକ ଜମି ମାଲିକଙ୍କୁ ୩-୪ ହଜାରଟଙ୍କା ପରିବର୍ତ୍ତେ ୧୨ ହଜାର ଟଙ୍କା ପ୍ରତ୍ସାହନ ରାଶି ଯୋଗାଇ ଦେବାକୁ ଦାବି କରିଥିଲେ । ଅନେକ ପ୍ରକାରର ତର୍କ ବିତର୍କ ପରେ ଅବନ୍ତିକା କମ୍ପାନୀ ଶେଷରେ ମୁଣ୍ଡ ନୁଆଇଁଲେ ଏବଂ ଜମି ମାଲିକ ମାନଙ୍କୁ ୧୨ ହଜାର ଲେଖାଏଁ ଦେବାପାଇଁ ପ୍ରତିଶ୍ରୁତି ଦେବା ସହ ଜମି ମାଲିକ ଙ୍କୁ ଟଙ୍କା ପ୍ରଦାନ କରିଥିଲେ । ସମାଜସେବୀ ଶ୍ରୀ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଜମି ମାଲିକ ମାନେ ଉପଯୁକ୍ତ କ୍ଷେତି ପୂରଣ ପାଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।