ଦୁର୍ଦିନରେ କୁମ୍ଭକାର ପରିବାର

0 77

ମାଲକାନଗିରି : ସାରା ଦେଶ ଲକଡାଉନ ରେ ରହିଥିବାରୁ ବାହାଘର ବ୍ରତଘର ବିଭିନ୍ନ ପର୍ବପର୍ବାଣି ପାଇଁ କଟକଣା ରହିଛି ଫଳରେ ମାଟିହାଣ୍ଡି, ସରା  ଇତ୍ୟାଦି ତିଆରି କରୁଥିବା କୁମ୍ଭକାର ପରିବାରଙ୍କ ଅବସ୍ଥା ନ କହିବା ଭଲ ଏଭଳି ପରିସ୍ଥିତିରେ ମାଲକାନଗିରି ଜିଲା ପାଣ୍ଡ୍ରିପାଣି ପଞ୍ଚାୟତ କୁମ୍ଭାରଗୁଡା ଗ୍ରାମର ବସବାସ କରୁଥିବା କୁମ୍ଭକାର ପରିବାରଙ୍କ ଜୀବନ ଦୁର୍ବିସହ ହେଇପଡିଛି । ବିକ୍ରି ହୋଇ ନ ପାରି ଘରେ ସେମିତି ପଡି ରହିଛି କୁମ୍ଭକାର ଙ୍କ କଷ୍ଟମାଟିରେ ବିଭିନ୍ନ ପ୍ରକାରର ଗୃହ ଉପଯୋଗୀ  ବସ୍ତୁ । କୁମ୍ଭକାରମାନେ ମୁଖ୍ୟତଃ ବର୍ଷରେ ପାଞ୍ଚରୁ ଛଅ ମାସ କାମ କରନ୍ତି – ଗ୍ରୀଷ୍ମରୂତୁରେ ତିନିରୁ ଚାରି ମାସ ଏବଂ ପରେ ଦିପାବଳି ସମୟରେ ଦୁଇମାସ – ଏବଂ ଅବଶିଷ୍ଟ ମାସ  ସେମାନେ ଉକ୍ତ ସମୟ ମଧ୍ୟରେ ଅର୍ଜିତ ଅର୍ଥରୁ ବଞ୍ଚନ୍ତି ।

ବର୍ତ୍ତମାନ ଲକଡାଉନ କାରଣରୁ କୁମ୍ଭକାରମାନେ ସେମାନଙ୍କ ଉତ୍ପାଦନ ବିକ୍ରୟ କରିବାରେ ଅସମର୍ଥ । କରୋନା ମହାମାରି ଯୋଗୁଁ ଗତ ଦୁଇବର୍ଷରୁ ସାରା ଓଡିଶାରେ ବିଭିନ୍ନ ସମୟରେ ଲକଡାଉନ ଘୋଷଣା କରାଯାଇଛି । ଏହି ମହାମାରୀ ଯୋଗୁଁ ଓଡିଶାର କୁମ୍ଭକାର ମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବଜାର ବିଭିନ୍ନ ସମୟରେ ବନ୍ଦ ରହୁଥିବାରୁ ଏମାନଙ୍କ ହାତ ତିଆରି ବସ୍ତୁ ଗୁଡିକ କୁମ୍ଭାର ଶାଳରେହିଁ ପଡି ରହିଛି । ପ୍ରଶାସନ ଏମାନଙ୍କ ଉପରେ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବା ବିଭିନ୍ନ ମହଲରୁ ଦାବୀ ହେଉଛି ।

Leave A Reply

Your email address will not be published.