ଜି-୭ ବୈଠକରେ ଉହାନ୍ ଲ୍ୟାବ୍ ପ୍ରସଙ୍ଗ : ଚୀନ୍କୁ ତଥ୍ୟ ମାଗିଲା ଆମେରିକା

63

ଲଣ୍ଡନ : ଚୀନ୍କୁ ଘେରିବା ପାଇଁ ମିଶନ ଡ୍ରାଗନ୍ ପ୍ରସ୍ତୁତ ହେଉଛି । ସାତସମୁଦ୍ର ସେପଟେ ଚୀନ୍କୁ ମାତ୍ ଦେବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏବେ ଟେନ୍ସନ୍ ରେ ଚୀନ୍ । ୨ ବର୍ଷ ହେଲା କରୋନା ଭୂତାଣୁର ଉତ୍ପତିସ୍ଥଳକୁ ନେଇ ବିଶ୍ୱ ସସ୍ପେନ୍ସରେ ଥିବା ବେଳେ ଏବେ ୭ଟି ଦେଶ ଚୀନ୍ ପାଖରୁ ଜବାବ ଚାହିଁଛନ୍ତି । ପୂରା ବିଶ୍ୱ ଜାଣିବାକୁ ଚାହୁଁଛି ପ୍ରକୃତରେ ଉହାନ ଥିଓରି କ’ଣ ? କରୋନା ଭୂତାଣୁ କେମିତି ଏତେ ଉଗ୍ର ହେଲା ? ଜି-୭ ଦେଶ ଆଜି ଚୀନ୍କୁ ନିଜର ଦାୟିତ୍ୱବୋଧତା ସମ୍ପର୍କରେ ଜ୍ଞାନ ଦେଇଛନ୍ତି । ବ୍ରିଟେନ ମାଟିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚୀନ୍କୁ ଅଲଟିମେଟମ୍ ଦେଇଛନ୍ତି ।

ଉହାନ ଲ୍ୟାବ୍ ସମ୍ପର୍କରେ ସୂଚନା ନଦେବାକୁ ନେଇ ଚୀନ୍କୁ ଚରମବାଣୀ ଶୁଣାଇଛନ୍ତି ବାଇଡେନ୍ । ଉହାନ୍ ଲ୍ୟାବ ସମ୍ପର୍କରେ କୌଣସି ପ୍ରକାର ସୂଚନା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମନା କରିଥିଲା ଚୀନ୍ । ଏହାକୁ ନେଇ ବହୁ ଦେଶ ଚୀନ ସହ ଅସହଯାଗ କରିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ଏବେ ଯାଏ ଚୀନ ଚୁପ ବସିଛି । ଜି-୭ ବେଠକରେ ଏହି ପ୍ରସଙ୍ଗ ଉଠିବା ପରେ ଚୀନ୍ ପାଇଁ ଚୁପ ରହିବା ଭାରି ପଡ଼ିପାରେ ବୋଲି କୁହାଯାଉଛି । ଏହି ବୈଠକରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଉହାନ ଲ୍ୟାବ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସେହି ଲ୍ୟାବ୍ ରେ ଏମିତି କ’ଣ ଅଛି ଯେ ଜିନପିଙ୍ଗ ତଥ୍ୟ ଦେବାକୁ ଅମଙ୍ଗ ହେଉଛନ୍ତି ବୋଲି ଜନସନ ପ୍ରଶ୍ନ କରିଛନ୍ତି । ସମସ୍ତ ପ୍ରସଙ୍ଗରେ ନିଜେ ଫଶୁଥିବା ଚୀନ ଯେତେ ମିଛ କହିଲେ ବି ଏବେ ନିଜ ଜାଲରେ ନିଜେ ଫଶୁଥିବା ସ୍ପଷ୍ଟ ହୋଇଛି ।

Comments are closed.