ଗ୍ରୀନ୍ ପ୍ୟାସେଜ୍ ଯୋଜନାରେ ସାମିଲ୍ ହେବେ ଅନାଥ ପିଲା

64

ଭୁବନେଶ୍ୱର : କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏମାନଙ୍କୁ ‘ଗ୍ରୀନ୍ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ । ସେମାନଙ୍କ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ଖର୍ଚ୍ଚ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ ବର୍ତ୍ତମାନ ଅନାଥ ଶିଶୁଙ୍କୁ ୨୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । କୋଭିଡ୍ ରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମଧ୍ୟ ଏହି ଷ୍ଟାଇପେଣ୍ଡ ଯୋଜନା କରାଯାଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ।

କୋଭିଡ ମହାମାରୀ ସମୟରେ ଅନେକ ପିଲା ଅନାଥ ହୋଇଛନ୍ତି । ପିତାମାତା ଚାଲିଯିବା ଫଳରେ ସେମାନଙ୍କ ପାଠପଢିବା ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ସମସ୍ୟା ପରିଲିଖିତ ହୋଇଛି । ଏପରି ସମୟରେ ଓଡ଼ିଶା ସରକାର ଏହି ଅନାଥ ପିଲାଙ୍କ ପାଇଁ ସହୟତା ଦେବାକୁ ହାତ ବଢାଇଛନ୍ତି । କୋଭିଡରେ ପିତାମାତା ଚାଲିଯାଇଥିବା ପିଲାଙ୍କୁ ରାଜ୍ୟ ସରକାର ଏହି ସହାୟତା ଅର୍ଥ ପ୍ରଦାନ କରିବେ । ଏହା ସହିତ ପାଠପଢା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି ସରକାର । ଗ୍ରୀନ୍ ପ୍ୟାସେଜ୍ ଯୋଜନାରେ ଏହି ଅନାଥ ପିଲାଙ୍କୁ ଯୋଡ଼ିବେ ସରକାର । ଯଦ୍ୱାରା ତାଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ।

Comments are closed.