ପ୍ରବଳ ବର୍ଷାରେ ଘରେ ପଶିଲା ପାଣି

0 57

ଚନ୍ଦାହାଣ୍ଡି ୧୫/୦୬(ଡିକେ ନ୍ୟୁଜ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା  ପଞ୍ଚାୟତ ପାଖରେ ଥିବା ମେହେରପଡାରେ ପ୍ରବଳ ବର୍ଷା ଯୋଗଁ ପାଣି ନିଷ୍କାସିତ ନହୋଇ ଜମାହୋଇ ରହୁଛି। ମଟର ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି। ତେବେ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଗ୍ରାମବାସୀଙ୍କ ନିବେଦନ କରିଛନ୍ତିl ଦୀର୍ଘଦିନ ହେବ ଉକ୍ତ ସ୍ଥାନରେ ଡ୍ରେନ ନିର୍ମାଣ ପାଇଁ ସାହିବାସୀଙ୍କ ଦ୍ଵାରା ଦାବି ହେଉଛି l ଆଜି ସେଠାରେ ଥିବା ପ୍ରତିଟି ଘରେ ପାଣି ପଶିଥିବା ଯୋଗଁ ମେହେରପଡାବାସୀ ସ୍ଥାନୀୟ ସରପଞ୍ଚ ଦଶରଥ ଧରୁୂଆ ଏବଂ ବିଡିଓ ଧର୍ମରାଜ ମାଝୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ଏବଂ ପାଣି ନିଷ୍କାସନ ବ୍ୟବସ୍ଥା କରିବା ସହ ଏକ ଡ୍ରେନ ନିର୍ମାଣ ପାଇଁ ପ୍ରଶାସନକୁ ଗୁହାରୀ କରିଥିଲେ l ବିଡ଼ିଓ ଶ୍ରୀ ମାଝୀ, ସରପଞ୍ଚ ଶ୍ରୀ ଧରୁୁଆ, ସମିତି ସଭ୍ୟପ୍ରତିନିଧି ଖଗେଶ୍ବର ସୋରି ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ତୁରନ୍ତ ପାଣି ନିଷ୍କାସନ କରି ଡ୍ରେନ ନିର୍ମାଣ କାର୍ଯ୍ୟ କରିବା ସକାଶେ ଆଲୋଚନା କରିଥିଲେ। ଅତିଶୀଘ୍ର ଉକ୍ତ କାର୍ଯ୍ୟ ତ୍ବରାନ୍ଵିତ କରିବା ପାଇଁ ପିଇଓ ଇଡି ଗୌଡ଼ ଓ କନିଷ୍ଠ ଯନ୍ତ୍ରୀ ବିନୋଦବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତେବେ ପାଣି ଜମି ରହିଥିବା ଜାଗାଟି ବ୍ୟକ୍ତିଗତ ମାଲିକାନାରେଥିବା ଏବଂ ସେ ଜାଗା ଛାଡ଼ୁ ନଥିବା ଯୋଗୁଁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବ୍ଲକ ପ୍ରଶାସନକୁ ସାହିବାସୀ ଗୁହାରି କରିଛନ୍ତି l

Leave A Reply

Your email address will not be published.