କଅଁଳ କାନ୍ଦରେ ପରିବାର ବୋଝ

0 64

 
ଛନ୍ଦହନ୍ଦି୧୫/୦୬(ଡିକେ ନ୍ୟୁଜ) : ବାପା ଙ୍କ ଦୁଇ ବର୍ଷ ପୂର୍ବେ ଦେହାନ୍ତ ହେଇ ଯାଇଛି ମା, ଆଉ ଜଣଙ୍କ ହାତ ଧରି ପଳାଇଲେ l ଏହା ପରେ ୫ କୁନିକୁନି ସନ୍ତାନଙ୍କ  ଉପରେ ମାଡିବସିଲା ଦୁଃଖ ର ପାହାଡ଼ l ଏମାନ ଭିତରୁ ସବା ବଡ଼ ଥିଲେ ଦଶମନ୍ତ କିନ୍ତୁ ହାରମାନି  ନଥିଲେ l ଅନ୍ୟ ୪ ଜଣ ଭାଇ ଭଉଣୀ କୁ ମଣିଷ କରିବା ପାଇଁ ମୂଳଲାଗିବା ଅଣ୍ଟା ଭିଡି ଆଗେଇ ଆସିଲେ l ଯେଉଁ ବୟସ ରେ ନାଚିକୁଦି ଜୀବନ ବିତାଇବା କଥା ସେହି ବୟସ ରେ ସାନ ଭାଇଭଉଣୀଙ୍କୁ ମୁହଁ ରେ ଗଣ୍ଡେ ଆହାର ଓ ଭଲ ପୋଷାକ ଦେବା ପାଇଁ ମୁଲିଆ ସାଜିଛନ୍ତି ଦଶମନ୍ତ l ଏହିଭଳି ଚିତ୍ର ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଡୁଡୁଙ୍ଗଯୋର  ଗ୍ରାମ ରେ l ଗ୍ରାମର  ୧୮ ବର୍ଷୀୟ ଆଦିବାସୀ ଯୁବକ ଦଶମନ୍ତ ଜାନୀ ଙ୍କ ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନାର  ବାସ୍ତବ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଥିବା ବେଳେ ଏହା ବାସ୍ତବ ଚିତ୍ର କିନ୍ତୁ ଓଲଟା ରହିଛି l ଆଦିବାସୀ କଲ୍ୟାଣ ବିଭାଗ ଦ୍ଵାରା ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ ପଢାଇ ବା ସହ ବିଭିନ୍ନ ଖର୍ଚ୍ଚ ବହନ କରାଯାଉଛି l କିନ୍ତୁ ଏହି ଯୋଜନା ସବୁର ସଠିକ ରୂପାୟନ ହୋଇପାରୁନି l ଫଳରେ ଆଦିବାସୀ ପିଲାଙ୍କ ଜୀବନ ଅନ୍ଧାର ରେ ଠେଲି ହେଇ ଯାଉଛି l ଡୁଡୁଙ୍ଗଯୋର ଗ୍ରାମର  ଧର୍ମୁ ଜାନୀ ଓ ଦେମତୀ ଜାନୀ ଙ୍କ ୫ ସନ୍ତାନ ମଧ୍ୟରେ ଦଶମନ୍ତ ବଡ଼ ପୁଅ lଧର୍ମୁ ମଜୁରି  ଲାଗି  ପରିବାର ପୋଷଣ କରିବା ସହ ପିଲାମାଙ୍କୁ ପାଠ ପଢାଇ ଭଲ ମଣିଷ କରିବାକୁ  ସ୍ଵପ୍ନ ଦେଖିଥିଲା l ବଡ଼ପୁଅ ଦଶମନ୍ତ କଳାହାଣ୍ଡି ଜିଲ୍ଲା ଏକ ହଷ୍ଟେଲ ରେ ରଖି ପାଠ ପଢାଉ ଥିଲେ l ସେ ଠାରେ ରହି ଦଶମନ୍ତ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଥିଲେ l କିନ୍ତୁ ଆର୍ଥିକ ଅନଟନ କାରଣ ରୁ ଦଶମନ୍ତ ଆଗକୁ ପାଠ ନପଡି ବାପା, ମା’ ଙ୍କୁ କଷ୍ଟ ଦୂର କରିବା ପାଇଁ ମୁଳଲାଗି ଥିଲେ l ତେବେ ୨ ବର୍ଷ ତଳେ କୌଣସି ରୋଗରେ ଧର୍ମୁ ଙ୍କ ମୃତ୍ୟୁ ହୋଇଗଲା l ପରେ ଦେମତୀ ମଧ୍ୟ୍ୟ ନିଜର ୫ ସନ୍ତାନ କୁ ଛାଡି ଅନ୍ୟ ଜଣକୁ ବିବାହ କରି ଚାଲିଯାଇଥିଲେ l ବର୍ତମାନ ୪ ଭାଇଭଉଣୀଙ୍କ ବୋଝ ଦଶମନ୍ତ କାନ୍ଦରେ ଲ ଜମି ବାଡ଼ି କିଛି  ନଥିବା ରୁ ମୁଲ ଲାଗି ସେନାଙ୍କ ପେଟ ପୋଷୁଛନ୍ତି ଦଶମନ୍ତ l ଭାଇଭଉଣୀ ଙ୍କୁ ପାଠ ପଢ଼େଇ ବା ଇଚ୍ଛା ଥିଲେ ମଧ୍ୟ୍ୟ ଆର୍ଥିକ ସ୍ଥିତି ଠିକ ନଥିବାରୁ ତାହା ସମ୍ଭବ ହେଇ ହୋଇ ପାରୁନି l ସରକାରୀ ସାହାଯ୍ୟ ଭାବେ କେବଳ ୨୫ କେଜି ଚାଉଳ ମିଳୁଛି l ଧର୍ମୁ ଜୀବିତ ଥିବା ସମୟରେ ତାଙ୍କୁ ସରକାର ଙ୍କ ତରଫରୁ ପକ୍କାଘର ଖଣ୍ଡେ ମିଳିଥିଲା l ବର୍ତମାନ ତାହା ଭଗ୍ନ ଅବସ୍ଥା ରେ ରହିଛି l ସେହି ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥା ରେ ଭାଇଭଉଣୀ ଙ୍କ ସହ ଦଶମନ୍ତ ମୁଣ୍ତ ଗୁଞ୍ଜୁଛନ୍ତି l ଏହି ଅସହାୟ ଭାଇଭଉଣୀ ଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜିଲା ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ  ଅଞ୍ଚଳବାସୀ ନିବେଦନକରିଛନ୍ତି।

Leave A Reply

Your email address will not be published.