ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ କ୍ୱାଂଟ୍ ଫଣ୍ଡ୍ ଉନ୍ମୋଚିତ

0 72

ଭୁବନେଶ୍ୱର: ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ “ଆକ୍ସିସ୍ କ୍ୱାଂଟ୍ ଫଣ୍ଡ୍’ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯାହା ପରିମାଣିକ ମଡେଲ୍କୁ ଅନୁସରଣ କରୁଛି । ଏହି ଫଣ୍ଡ୍ରେ ବ୍ୟବସ୍ଥିତ ପରିପାଣିକ ବ୍ୟବସ୍ଥାରେ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଉପକରଣ ଚୟନ କରି ପୁିରେ ଦୀର୍ଘମିଆଦୀ ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକ୍ରିୟାରେ କଂପାନି ପକ୍ଷରୁ ଉଭୟ ନିବେଶର ବିପଦ ଓ ରିଟର୍ଣ୍ଣ ସମ୍ଭାବନାକୁ ବିଚାରକୁ ନିଆଯାଉଛି । ଭଲ ଅଭିବୃଦ୍ଧି ମିଳିବାର ସମ୍ଭାବନା ଥିବା ଷ୍ଟକ୍କୁ ଏଥିର ଚିହ୍ନଟ କରାଯାଉଛି ଯାହାର ମୂଲ୍ୟ ଅପେକ୍ଷାକୃତ କମ୍ ରହିଥିବ । ନିଜର ପୂର୍ବ ପୋର୍ଟଫୋଲିଓରେ ବିବିଧତା ଆଣିବା ଓ ଦୀର୍ଘମିଆଦୀ ଭିତିରେ ତାହାକୁ ଆବଂଟନ କରିବାକୁ ଚାହୁଥିବା ନିବେଶକମାନଙ୍କୁ ଲକ୍ଷ୍ୟରେ ରଖି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ତରଫରୁ ଏହି ଫଣ୍ଡ୍ର ପରିକଳ୍ପନା କରାଯାଇଛି । ଆକ୍ସିସ୍ କ୍ୱାଂଟ୍ ଫଣ୍ଡ୍ରେ ଯେଉଁ ପୋର୍ଟଫୋଲିଓ ବିକଶିତ କରାଯାଇଛି ତାହା ତିନିଟି ମୂଳ ପଦ୍ଧତି ଉପରେ ପର୍ଯ୍ୟବେସିତ । ତାହା ହେଉଛି ଗୁଣାତ୍ମକ ମାନ, ଅଭିବୃଦ୍ଧି ଓ ମୂଲ୍ୟ । ବିିଭିନ୍ନ ପ୍ରକାର ମାନଦଣ୍ଡ ଓ ଓଜନକୁ ବ୍ୟବହାର କରି ଷ୍ଟକ୍ର ଅନୁଶୀଳନ କରାଯାଉଛି ଏବଂ ସେଥିରେ ଥିବା ବିପଦର ମାତ୍ରାକୁ ଅନୁଧ୍ୟାନ କରାଯାଉଛି । ପୋର୍ଟଫୋଲିଓକୁ ନିୟମିତ ବ୍ୟବଧାନରେ ସମୀକ୍ଷା ଓ ପୁନଃ ସ”ୁଳିତ କରାଯାଉଛି । ଏହି ଫଣ୍ଡ୍ରେ ନିବେଶ କରିବାର ସର୍ବନିମ୍ନ ରାଶି ପରିମାଣ ହେଉଛି ୫୦୦୦ ଟଙ୍କା ଓ ଏହା ପରେ ୧ ଟଙ୍କା ଲେଖାଏଁ ଗୁଣିତକ ହିସାବରେ ଆଗକୁ ବଢ଼ିବ । ଏହାକୁ ଏସ୍ଆଣ୍ଡ୍ପି ବିଏସ୍ଇ ୨୦୦ ଟିଆର୍ଆଇରେ ବେଂଚ୍ମାର୍କ କରାଯିବ । ଏହାର ଏନ୍ଏଫ୍ଓ ତାରିଖ ହେଉଛି ୨୦୨୧ ଜୁନ୍ ୧୧ରୁ ୨୦୨୧ ଜୁନ୍ ୨୫ ତାରିଖ । ଏହି ଫଣ୍ଡ୍ର ଏନ୍ଏଫ୍ଓ ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଚନ୍ଦ୍ରେଶ ନିଗମ, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛ”ି ଯେ, “ଇକ୍ୱିଟିରେ ପ୍ରତ୍ୟକ୍ଷ ନିବେଶ ଦୃଶ୍ୟପଟ୍ଟରେ ଅଭ୍ୟୁଦୟ ହୋଇଥିବା ବେଳେ ଏହା ଅଧିକ ପ୍ରଭାବଶାଳୀ ହୋଇପାରିଛି । ବଜାରରେ ନୂଆ ଫଣ୍ଡ୍ ଅଫର ଉପସ୍ଥାପନ କରିବା ବେଳେ ଆମେ ନିର”ର ଭାବେ ଲକ୍ଷ୍ୟ ରଖିଥାଉ ଯେ କିଭଳି ନିବେଶକମାନଙ୍କୁ ଉତ୍ପାଦର ଏଭଳି ଏକ ଝୁଡ଼ି ପ୍ରଦାନ କରିବୁ ଯାହା ସେମାନଙ୍କ ଆବଶ୍ୟକତା ସହ ଖାପଖାଉଥିବ ଏବଂ ପୋର୍ଟଫୋଲିଓରେ ବିବିଧତା ଆଣିବାରେ ସହାୟକ ହେବ ଏବଂ ସେମାନଙ୍କୁ ଦୀର୍ଘମିଆଦୀ ଆବଂଟନର ଅନୁମତି ପ୍ରଦାନ କରିବ । ସେହି ଯାତ୍ରାକୁ ଜାରି ରଖିବା ଉଦ୍ୟମର ଏକ ଅଂଶ ହେଉଛି ଆକ୍ସିସ୍ କ୍ୱାଂଟ୍ ଫଣ୍ଡ୍କୁ ଉନ୍ମୋଚନ କରିବା ଯାହା ନିବେଶକମାନଙ୍କୁ ଏଭଳି ଏକ ଉତ୍ପାଦ ପ୍ରଦାନ କରିବ ଯାହକୁ ସେମାନେ ଦୀର୍ଘମିଆଦୀ ସଂପତି ସୃଷ୍ଟି କରିବା ଲାଗି ବ୍ୟବହାର କରିପାରିବେ ।

Leave A Reply

Your email address will not be published.