ପୁଣି ଏକ ବିପଦ ନଆସିବ ତାହା କହିହେବ ନାହିଁ

70

ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବା ବେଳେ ଆଉ ଏକ ବିପଦ ଏବେ ସାମ୍ନାକୁ ଆସିଛି । ତାହା ହେଲା କୋଭିଡ୍ ରୋଗୀଙ୍କ ଚକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦାଗଦା ଆବର୍ଜନା । ଗତ ଏପ୍ରିଲ୍ରୁ ମେ’ ମାସ ମଧ୍ୟରେ ଏଭଳି ବାୟୋ ମେଡିକାଲ୍ ୱେଷ୍ଟ ରେ୫୦% ବୃଦ୍ଧି ଘଟିଛି । ସର୍ବାଧିକ ସଂକ୍ରମଣ ବୋଝ ସହିଥିବା ରାଜ୍ୟଗୁଡ଼ିକ ପାଇଁ ଆଉ ଏକ ବିପଦ ମାଡ଼ିଆସୁଛି । ଏହି ବାୟୋଲୋଜିକାଲ ୱେଷ୍ଟ ମଧ୍ୟରୁ ଅଧା କେବଳ ୫ଟି ରାଜ୍ୟରେ ରହିଛି । ଓଡ଼ିଶାରେ ଦିନକୁ ୬.୬୫ ଟନ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ତେଣୁ ଆଗକୁ ସେଗୁଡ଼ିକ ବୈଜ୍ଞାନିକ ଉପାୟରେ ନଷ୍ଟ କରାନଗଲେ ବିଷାକ୍ତ ଆବର୍ଜନା ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହାନିକାରକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସିରିଞ୍ଜ, ଗ୍ଲୋବ୍ସ, ଫେସ୍ସିଲ୍ଡ, ପିପିଇ କିଟ୍, ଡିସ୍ପେଜବୁଲ୍ ବେଡ୍ସିଟ୍ ଆଦିର ଉପଯୁକ୍ତ ଟ୍ରିଟ୍ମେଣ୍ଟ
କରାଯାଉନାହିଁ । ବିଶେଷଭାବେ କୋଭିଡ୍ର ଦ୍ୱିତୀୟ ଲହରରେ ଏଭଳି ବର୍ଜ୍ୟବସ୍ତୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳୁଛି । ଏହା ଆଗକୁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ । କରୋନା ଭଳି ଜନସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇପାରେ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି । ବାୟୋମେଡିକାଲ ୱେଷ୍ଟ ମ୍ୟାନେଜ୍ମେଣ୍ଟ ରୁଲ୍ସ ୨୦୧୬ ଅନୁସାରେ କୌଣସି ଏକ ଦୂରସ୍ଥାନରେ ଗଭୀର ଗାତ ଖୋଳି ଏଭଳି ଆବର୍ଜନାକୁ ବୈଜ୍ଞାନିକ ଉପାୟରେ ପୋତି ନଷ୍ଟ କରାଯିବା ପାଇଁ ନିୟମ ରହିଛି । କିନ୍ତୁ ଅନେକ ରାଜ୍ୟ ଏଗୁଡ଼ିକୁ ନଈନାଳ ଓ ଖୋଲା ପଡ଼ିଆର ଫୋପାଡ଼ି ଦେଉଛନ୍ତି । କେନ୍ଦୀୟ ପ୍ରଦୂଷଣ ନିୟବଣ ବୋର୍ଡ (ସିଇସିବି) ତଥ୍ୟ ଅନୁସାରେ ୨୦୨୧ ମେ’ରେ କୋଭିଡ୍ଜନିତ ବାୟୋମେଡିକାଲ ଆବର୍ଜନା ଦୈନିକ ୨୦୩ ଟନ୍ (ପିପିଡି)ସୃଷ୍ଟି ହୋଇଛି ।

୨୦୨୦ ମହାମାରୀର ପ୍ରଥମ ଲହର ବେଳେ ୧୮୦-୨୦୦ ପିପିଡି ମିଳିଥିବାବେଳେ ୨୦୨୧ ଫେବୃୟାରୀ ଦ୍ୱିତୀୟ ଲହର ଆରମ୍ଭ ହେବା ପରେ କୋଭିଡ୍ଜନିତ ଡିଏମ୍ଡବ୍ଲୁ ୫୩ ପିପିଡି ଥିବାବେଳେ ଗତ ମେ’ରେ ଏହା ୨୦୩ ପିପିଡିରେ ପହଞ୍ôଚଥିଲା । ଅଣକୋଭିଡ୍ ତୁଳନାରେ ଏହା ୩୩ ପ୍ରତିଶତ ଅଧିକ । ଏଥିରୁ କେବଳ କେରଳ, ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ୫୦ ପ୍ରତିଶତ ବି-ଆବର୍ଜନା ସୃଷ୍ଟି ହୋଇଛି । ତେଣୁ ଏହିସବୁ ବର୍ଜ୍ୟବସ୍ତୁକୁ କିଭଳି ୱେଷ୍ଟ କରାଯିବ ସେଥିପାଇଁ ସରକାର ଯତ୍ନବାନ ହେବା ନିହାତି ଆବଶ୍ୟକ । ଅନ୍ୟଥା ଆଉ ଯେ ପୁଣି ଏକ ବିପଦ ନଆସିବ ତାହା କହିହେବ ନାହିଁ ।

Comments are closed.