କୋଭିଡ କଟକଣା ଭିତରେ ସାଲେପୁର ଚମାରିଗୋଳରେ ଚାଲିଛି ରଜପର୍ବ

65

ସାଲେପୁର : ଓଡ଼ିଆଙ୍କ ଗଣପର୍ବ ହେଉଛି ରଜ । ବିଶେଷ କରି ଝିଅ ମାନେ ଏହି ଉତ୍ସବକୁ ବେଶୀ ଉପଭୋଗ କରନ୍ତି । କିନ୍ତୁ ରଜର ଏହି ଖୁସି ଲହରୀରେ ଦାଉ ସାଜିଛି କରୋନା । ଦୀର୍ଘ ଦୁଇ ବର୍ଷ ହେଲା ଏହି ରଜ ଉତ୍ସବ ଆଉ ପାଳନ ହୋଇପାରୁନି । କିନ୍ତୁ ଏହି ବର୍ଷ ଏହାର ପ୍ରତିଛବି ଦେଖିବାକୁ ମିଳିଥିଲା ସାଲେପୁର ପିକୋଳ ପଞ୍ଚାୟତ ଚମାରିଗୋଳ ଗାଁ ରେ ।

କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ରଜପର୍ବ । ପ୍ରତିବର୍ଷ ଏଠାରେ ଲାଗେ ବାଉଁଶଦୋଳି ଚର୍କୀଦୋଳି ଦୌଡ଼ିଦୋଳି ଏବଂ ନାଚଗୀତ କବାଡି ପୁଚି ଖେଳ ହୋଇଥାଏ ଏବଂ ଏଗାଁକୁ ବହୁତ ବନ୍ଧୁବାନ୍ଧବ ଆସିଥାନ୍ତି ।ପୋଡ଼ପିଠା, ପାନ ଖୁଆ ଖୋଇ ହୋଇ ରଜପାଳନ କରନ୍ତି । କିନ୍ତୁ କରୋନା ଭିତରେ ସବୁ ଫିକା ପଡିଛି କେବଳ ଗାଁ ପିଲା ଖେଳିବା ପାଇଁ ତିନୋଟି ଝୁଲଣି ଲାଗିଛି । ଦେଖିବାକୁ ବାକି ରହିଲା ଓଡ଼ିଆଙ୍କ ଏହି ବଡ଼ ପର୍ବ ରଜ ଆଉ କେବେ ଖୁସିର ଲହରୀ ଧରି ଓଡ଼ିଆଙ୍କ ମନରେ ବସା ବାନ୍ଧିବ ।

Comments are closed.