୧୯ରୁ ହାଟିଆ – ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍

69

ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଂଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି । ୦୮୬୩୭/୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଂଟ-ହାଟିଆ ବିଶେଷ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନମାନଙ୍କରେ ସନ୍ଧ୍ୟା ୬ଘ.୨୫ମି. ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଂଟରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ଟା୨୦ମିରେ ଛାଡିବ ।

ଏହି ଟ୍ରେନ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍‌, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ।ସେହିପରି କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୦୮୫୧୯/୦୮୫୨୦ ବିଶାଖାପାଟନମ୍‌-ମୁମ୍ବାଇ ଏଲଟିଟି- ବିଶାଖାପାଟନମ୍ ସ୍ପେଶାଲ୍ ୧୫ ରୁ ୩୦ ଜୁନ୍ ମଧ୍ୟରେ ବିଶାଖାପାଟନମ୍ ରୁ ଏବଂ ମୁମ୍ବାଇ ଏଲଟିଟିରୁ ୧୮ ଜୁନ୍ ରୁ ୨ ଜୁଲାଇ, ୨୦୨୧ ମଧ୍ୟରେ ଅସ୍ଥାୟୀ ଭାବରେ ବାତିଲ୍ କରାଯିବ ପାଇଁ ନିଷ୍ପତି ନିଆଯାଇଛି ।

Comments are closed.