ପାଞ୍ଚ ହଜାର ଦେଲେ ଦେଖିବ ମା’ର ମୁହଁ

0 73

-ହଜିଲାଣି ମାନବିକତା

କେନ୍ଦୁଝର : କରୋନା ପାଇଁ ସବୁଠି ହାହାକାର । ନିଜ ପରିବାର ଲୋକଙ୍କୁ ହରାଇ ମର୍ମାହତ ଶହଶହ ଜୀବନ । କେତେ ଜୀବନକୁ ଛଡ଼ାଇ ନେଇଛି ଅଦୃଶ୍ୟ ଭୂତାଣୁ । ହେଲେ କରୋନା କାଳରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ରକ୍ତ ଗରମ ହୋଇଯିବ । କରୋନା କାଳରେ ଦୁଃଖର ଫାଇଦା ଉଠାଉଛନ୍ତି ଦଲାଲ । କେଉଁଠି ଆମୁଲାନ୍ସ ପାଇଁ ଦଲାଲ ଅଧିକ ଟଙ୍କା ମାଗିଲାଣି ତ ପୁଣି କେଉଁଠି ଡାକ୍ତରଖାନାରେ ବେଡ୍ ପାଇଁ ଟଙ୍କା । ଆଉ ଏବେ ଶ୍ମଶାନରେ କରୋନା ମୃତକଙ୍କ ମୁହଁ ଦେଖାଇବା ପାଇଁ ଦଲାଲ ଟଙ୍କା ମାଗୁଥିବା ଭିଡିଓ ସାମ୍ନାକୁ ଆସିଛି ।

ମନରେ ନିଜରଙ୍କୁ ହରାଇବାର ଦୁଃଖ ସାଙ୍ଗକୁ ଟଙ୍କାର ଚଡ଼କ ପରିବାର ଲୋକଙ୍କ ଉପରେ ପଡ଼ିଛି । ଶ୍ମଶାନରେ କୋଭିଡ୍ ମୃତକଙ୍କ ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । କରୋନାରେ ଚମ୍ପୁଆ ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ମଶାଣିରେ ପହଞ୍ଚିଥିଲେ ମହିଳାଙ୍କ ଆତ୍ମୀୟସ୍ୱଜନ । ହେଲେ ସେଠାରେ ମହିଳାଙ୍କର ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ । ଲାଞ୍ଚ ଦାବି ସମୟରେ ସଂପୃକ୍ତ କର୍ମଚାରୀଙ୍କ ଭିଡିଓ ଉତ୍ତୋଳନ କରିଛନ୍ତି ସମ୍ପର୍କୀୟ । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.