ଏଲ୍ଜେପିରେ ବିଦ୍ରୋହ : ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

48

ପାଟନା : ଘଡ଼ିକେ ଛୁଟୁଛି ଘୋଡ଼ା । ଏଲ୍ଜେପିର ବିଦ୍ରୋହ ଏବେ ବ୍ୟାପକ ହେବାରେ ଲାଗିଛି । ଦାଦା ପୁତୁରା କନ୍ଦଳ ଭିତରେ ବଳି ପଡିବାକୁ ଯାଉଛନ୍ତି ପୁତୁରା ଚିରାଗ । ଦାଦା ପଶୁତି ପାରସଙ୍କ ସପକ୍ଷରେ ୫ ଜଣ ସାଂସଦ ରହିଛନ୍ତି । ସେପଟେ ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଚିରାଗ ପାଶୱାନଙ୍କୁ ପଦବୀରୁ ହଟାଇଦେଇଛନ୍ତି ଦାଦା । ଅନ୍ୟପଟେ ତାଙ୍କ ସ୍ଥାନରେ ସୁରଜ ଭାନ ସିଂଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେପଟେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଭିଯୋଗରେ ପାର୍ଟିର ପଦବୀରୁ ଚିରାଗଙ୍କୁ ହଟାଯିବା ପରେ ଚିରାଗ ଏକ ଜରୁରିକାଳୀନ ବୈଠକ ଡ଼କାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଚିରାଗ ପାଶୱାନ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି । ବିହାର ରାଜନୀତିରେ ଘମାସନ ପରେ ଏବେ ସାମ୍ନାକୁ ଆଉ ଏକ ଚିତ୍ର । ଦାଦା-ପୁତୁରା କ୍ଷମତା ଲଢେଇ ଭିତରେ ପଦାରେ ପଡିଛି ଦଳୀୟ କନ୍ଦଳ । ଫଳରେ ଦାଦା କିଛି ସାଂସଦଙ୍କୁ ନେଇ ଦଳ ଛାଡ଼ିବାକୁ ଅଡି ବସିଥିବାବେଳେ ପୁତୁରା ବୁଝାଇବା ପାଇଁ ପ୍ରୟାସରତ ଥିଲେ । କିନ୍ତୁ ସମସ୍ତ ପକ୍ରିୟାରେ ଫେଲ ମାରିଥିଲେ ପୁତୁରା ଚିରାଗ । ବିହାର ପାଣିାପାଗକୁ ଭଲ ଭାବେ ପରଖି ଛତା ଧରୁଥିବା ନେତା ଥିଲେ ସ୍ୱର୍ଗତଃ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନ । ତାଙ୍କ ଦେହାନ୍ତ ପରେ ଦଳରେ ଜୋର ଧରିଛି କଳହ । ଆଉ ଯେଉଁ ନିଆଁ ଏବେ ବିହାରରୁ ଦିଲ୍ଲୀକୁ ବ୍ୟାପିଛି ।

ଲୋଜପାର ପାଞ୍ଚ ଜଣ ସାଂସଦଙ୍କୁ ସାଥିରେ ନେଇ ବିଜେପିରେ ମିଶିବାକୁ ଥିବାବେଳେ ସେପଟେ ଚିରାଗଙ୍କୁ ବିରୋଧି ଦଳ ଅଫର ଦେବା ପାଇଁ ପକ୍ରିୟା ଆରମ୍ଭ କରିଦେଇଛି । ଲୋଜପା ନେତା ଚିରାଗ ପାଶୱନକୁ ସାଥିରେ ମିଶାଇବା ପାଇଁ ଥୋପ ପକାଇଛନ୍ତି କଂଗ୍ରେସ ଏବଂ ଜେଡ଼ିୟୁ । ଆରଜେଡ଼ି ବିପକ୍ଷରେ ପ୍ରାର୍ଥୀ ଦେଉଥିବା ଲୋଜପା ଜେଡିୟୁ ବିରୋଧରେ ବିଷ ଓଗାଳିଥିଲା । କିନ୍ତୁ ଏବେ ଜନଶକ୍ତି ପାର୍ଟିରେ ଫାଟ ସୃଷ୍ଟି ହେବା ଦାଦା ପୁତୁରାଙ୍କ ମୋଡ ବଦଳିଯାଇଛି । ଚିରାଗଙ୍କୁ ନେବା ପାଇଁ ଆରଜେଡ଼ି ନେତା ପ୍ରୟାସ ଆରମ୍ଭ କରିଦେଇଛନ୍ତି । ମିଳିଥିବା ସୂଚନା ମୁତାବକ କିଛି ଆରଜେଡ଼ି ନେତା ଚିରାଗଙ୍କୁ ଭେଟିବା ସଦ ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି । ଅର୍ଥାତ ଚିରାଗ ଏବଂ ତେଜସ୍ୱୀଙ୍କ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଏନେଇ ଚିରାଗ ପାଶୱାନଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଆରଜେଡ଼ି ନେତାଙ୍କ ଭିତରେ ଆନନ୍ଦ ଦେଖାଦେଇଛି ।

Comments are closed.