କୌଣସି ପରିସ୍ଥିତିରେ ବି ଲୁଚାଯିବନି କରୋନା ମୃତ୍ୟୁସଂଖ୍ୟା

69

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଛି । ପ୍ରଥମ ଏବଂ ଦ୍ୱିତୀୟ ଲହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି । ତେବେ ପ୍ରଥମ ଅପେକ୍ଷା ଦ୍ୱିତୀୟରେ କିଶୋରଙ୍କ ସଂକ୍ରମଣ ବଢ଼ିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି । ୧ରୁ ୧୦ ବର୍ଷ ବର୍ଗରେ ପ୍ରଥମ ଲହରରେ ୩.୨୮%, ୨ୟରେ ୩.୦୫% ସଂକ୍ରମିତ ୧୧ରୁ ୨୦ ବର୍ଷ ବର୍ଗରେ ପ୍ରଥମ ଲହର ୮.୦୩%, ୨ୟ ଲହର ୮.୫% ଦେଶରେ ଆରୋଗ୍ୟ ହାର ୯୫.୬%ରେ ପହଞ୍ଚିଥିବା ସେ କହିଛନ୍ତି ।

କରୋନାରେ ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ବଢୁଛି । ଆଉ ତାହା ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଅଗ୍ରୱାଲ । ସେ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ସ୍ପଷ୍ଟ, କୌଣସି କେସ୍ କି ଡେଥ୍ ଲୁଚାଯିବନି । ଆମେ ଚାହୁଁଛୁ ସତ୍ୟ ତଥ୍ୟ ଆସୁ । ଆଉ ତଥ୍ୟ ଆସିଲେ ତାର ତର୍ଜମା କରାଯିବ । ବିଭିନ୍ନ ସ୍ତରରେ ଅଡିଟ କରାଯାଇ କରୋନାରେ ମୃତ୍ୟୁକୁ ନେଇ ସ୍ପଷ୍ଟ କରାଯାଉଛି । ରାଜ୍ୟମାନେ ବିଭିନ୍ନ ସ୍ତରରେ ଅଡିଟ କରି ମୃତ୍ୟୁ ଜଣାଉଛନ୍ତି । ଯେଉଁ ରାଜ୍ୟମାନେ ଅଡିଟ ପରେ ସଂଖ୍ୟା ବଢ଼ାଉଛନ୍ତି ତାହା ଗ୍ରହଣ କରାଯାଉଛି ବୋଲି ଲବ୍ କହିଛନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି । ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି । ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୭୬ ଦିନ ମଧ୍ୟରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ରି ଏହି ସମୟ ମଧ୍ୟରେ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଲଗାତାର ନିମ୍ନମୁଖୀ ଥିବା ଦେଖିବାକୁ ମିଳିଛି । ୨ୟ ଲହରର ପ୍ରାରମ୍ଭରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବାବେଳେ ଏବେ ତାହା ହ୍ରାସ ପାଇଁ ୧ ଲକ୍ଷ ତଳେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି । ସେହି ରି ମୃତକଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ କେସ ୯,୧୩,୩୭୮ ଥିବାବେଳେ ସୁସ୍ଥ ହାର ୨,୮୨,୮୦,୪୭୨ ଛୁଇଁଛି ।

Comments are closed.