-ମୋଟ ମୃତ୍ୟୁ ସଂଖ୍ୟା ୩୪୩୨ ହେଲା
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୪୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୪୩୨ ହୋଇ ଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ୫ ଜଣ ମୃତ୍ୟୁବରଣ କରିଛନ୍ତି ।
ଗଂଜାମ, କଳାହାଣ୍ଡି, ପୁରୀ ଜିଲ୍ଲାରେ ୪-୪ ମୃତ୍ୟୁବରଣ କରିଥିବା ନେଇ ସୂଚନା ଦିଆ ଯାଇଛି । କଟକ, ଜଗତସିଂହପୁର, ଝାରସୁଗୁଡା, ରାୟଗଡା, ସୁନ୍ଦରଗଡ ଜିଲ୍ଲାରେ ୩-୩ ଜଣ ମୃତ୍ୟୁବରଣ କରିଥିବା ବେଳେ ବରଗଡ, ବୌଦ୍ଧ, ମୟୁରଭଂଜ ଜିଲ୍ଲାରେ ୨-୨ ଜଣ ମୃତ୍ୟୁବରଣ କରିଛନ୍ତି । ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନୂଆପଡା, ସମ୍ବଲପୁର ଜିଲ୍ଲାରେ ୧-୧ ଜଣ ମୃତ୍ୟୁୂବରଣ କରିଛନ୍ତି ।
Comments are closed.