ଟ୍ରେଲର ପଛରେ ଧକ୍କାଦେଲା ପିକଅପ୍ ଭ୍ୟାନ୍ : ଦୁଇ ମୃତ, ଜଣେ ଆହତ

74

କଟକ : ଟ୍ରେଲର ପଛରେ ଧକ୍କାଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଡ଼୍ରାଇଭର ଆହତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ମଙ୍ଗୁଳି ଛକ ନିକଟରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 

ଗତକାଲି ରାତି ପ୍ରାୟ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥର ମଙ୍ଗୁଳି ଛକ ନିକଟରେ ଏକ ଟ୍ରେଲର ଛିଡା ହୋଇଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଏହା ପଛରେ ଧକ୍କା ଦେଇଥିଲା । ଫଳରେ ପିକଅପ୍ ଭ୍ୟାନ୍ ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ର ସମ୍ମୁଖ ଭାଗ କ୍ୟାବିନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ଼୍ରାଇଭର ଆହତ ହୋଇଛି । ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଡ଼୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ମୃତକ ଦ୍ୱୟଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି ପୋଲିସ । ମୃତାହତଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।   

Comments are closed.