କୋଭିଡ୍ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମିଳୁ ଆଡମିଶନ: ବିଜେଡି

79

ଭୁବନେଶ୍ୱର : ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । ସେମାନଙ୍କୁ ଦେଖିବାକୁ କେହିନାହାନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ରଖିଛି ବିଜେଡି । କେବଳ ଓଡ଼ିଶା ନୁହେଁ, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ତୁରନ୍ତ ସୁଯୋଗ ଦେବାକୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ । ତଥ୍ୟ ଓ ତାଲିକାକୁ ଅପେକ୍ଷା ନକରି ୱାକ-ଇନ ମାଧ୍ୟମରେ ଆଡମିଶନ ଦିଆଯିବା ଉପରେ ଦଳ ପକ୍ଷରୁ ଦାବି କରିଛନ୍ତି । ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସୁଲଭ ଦରରେ ଉତ୍ତମ ଶିକ୍ଷା ମିଳିଥାଏ । ଯେଉଁଥିପାଇଁ ଏହା ଅଭିବାବକଙ୍କ ପ୍ରଥମ ପସନ୍ଦ । ଆଡମିଶନ ପାଇଁ ଅନେକ ସର୍ତ୍ତାବଳୀ ଓ କୋଟା ବ୍ୟବସ୍ଥା ଥାଏ ।

ତେବେ ନବୀନ ପଟ୍ଟନାୟକ ରାଜନୀତିଠାରୁ ଦୂରରେ ରହି ସାରା ଦେଶର ଚିନ୍ତା କରିଛନ୍ତି । ଯାହାକୁ ବିରୋଧୀ ଓ ଶିକ୍ଷାବିତ ପ୍ରଶଂସା କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଅନାଥ ପିଲାଙ୍କ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ବିଜେଡିକୁ ସମର୍ଥନ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ସମେତ ନବୋଦୟ ବିଦ୍ୟାଳୟରେ ନାମଲେଖା ଉପରେ ଜୋର ଦେଇଛନ୍ତି ଶିକ୍ଷାବିତ୍ । ଦେଶ ଯାହା କରିବାକୁ ଚିନ୍ତାରେ କରେ, ନବୀନ ପଟ୍ଟନାୟକ ତାହା ପୂର୍ବରୁ କରି ସାରିଥାନ୍ତି । ନବୀନ କୋଭିଡ ଅନାଥଙ୍କ ଚିହ୍ନଟ, ପେନ୍ସନ୍ ସମେତ ଶିକ୍ଷାଗତ ଭବିଷ୍ୟତର ଦାୟିତ୍ୱ ନେଇଥିବାରୁ, ସାରା ଦେଶ ଓଡ଼ିଶାକୁ ରୋଲ୍ ମଡେଲ ଭାବେ ନେଉଛି ।

Comments are closed.