ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ରାସନ ସାମଗ୍ରୀ ବଣ୍ଟନ

71

-ମନ୍ତ୍ରୀଙ୍କ ମହାନତା ପାଇଁ ମନ୍ତ୍ରୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଅନ୍ୟମାନେ

ମାହାଙ୍ଗା : ମାହାଙ୍ଗା ବିଧାୟକ ତଥା ମାନ୍ୟବର ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ ଅଫିସର ଚର୍ତୁଥ ଶ୍ରେଣୀ କର୍ମଚାରୀ, ଗ୍ରାମରଖି, ପିଅନ, ପାନୀୟଜଳ ବିଭାଗ ଏଚଆର, ଏସିଏମ, ପମ୍ପ ଡ୍ରାଇଭର ସମେତ ମୋଟ ୨୪୭ ଜଣଙ୍କୁ ମହାମାରି କରୋନା କାଳରେ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଉପସଭାପତି ଅଶୋକ କୁମାର ଓଝା, ସରପଞ୍ଚ ରବୀନ୍ଦ୍ରନାଥ ସେଠି, ସମାଜସେବୀ ବ୍ରଜମୋହନ ପଣ୍ଡା, ଜ୍ଞାନରଞ୍ଜନ ରାଉତ ପ୍ରମୁଖ ଯୋଗଦାନ କରି ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ମହାମାରି କରୋନା ଭଳି ପରିସ୍ଥିତିରେ ସ୍ୱଳ୍ପ ଦରମା ପାଉଥିବା କର୍ମଚାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ସମୟରେ ମନ୍ତ୍ରୀଙ୍କ ସହାୟତା ପାଇଁ ସମସ୍ତ କର୍ମଚାରୀମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.