ବ୍ଲାକ-ହ୍ୱାଇଟ୍-ୟେଲୋ ପରେ ଏବେ ଗ୍ରୀନ୍ ଫଙ୍ଗସ୍

58

ନୂଆଦିଲ୍ଲୀ : ବ୍ଲାକ ଫଙ୍ଗସ୍, ହ୍ୱାଇଟ୍ ଫଙ୍ଗସ୍, ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ଫଙ୍ଗସ୍ । ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିକଟରେ ଦେଖିବାକୁ ମିଳୁଛି ଏହି ମାରାତ୍ମକ ରୋଗ । ପ୍ରଥମେ ବ୍ଲାକ୍ ଫଙ୍ଗସ୍ ରୋଗ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଦେଖିବାକୁ ମିଳିଥିଲା । ପରେ ହ୍ୱାଇଟ ଫଙ୍ଗସ୍, ତାପରେ ୟେଲୋ ଫଙ୍ଗସ୍ ଏବଂ ଏବେ ଏହାର ନୂଆ ମ୍ୟୁଟେସନ ଗ୍ରୀନ ଫଙ୍ଗସ୍ ଦେଖିବାକୁ ମିଳିଛି । ମଧ୍ୟ ପ୍ରଦେଶର ଇନ୍ଦୋରରେ ପ୍ରଥମେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୫୦୦ରୁ ଉଦ୍ଧ୍ୱର୍ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଗ୍ରୀନ ଫଙ୍ଗସ୍ ।

କରୋନାର ଦ୍ୱିତୀୟ ଲହରରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ମଧ୍ୟ ପ୍ରଦେଶର ଇନ୍ଦୋର । କିନ୍ତୁ
ବର୍ତ୍ତମାନ ଇନ୍ଦୋରରେ ଆଉ ଏକ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ତାହା ହେଉଛି ଗ୍ରୀନ୍ ଫଙ୍ଗସ୍ । ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଗ୍ରୀନ୍ ଫଙ୍ଗସ୍ ଭାଇରସ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତର ଅପୂର୍ବା ତୱାରୀ କହିଛନ୍ତି,ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଜଣେ ରୋଗୀଙ୍କ ରିପୋର୍ଟ ହସ୍ତଗତ ହୋଇଥିଲା । ୩୪ ବର୍ଷୀୟ ବିଶାଲ ଶ୍ରୀଧର ନାମକ ଜଣେ ଯୁବକଙ୍କ ଗତ ଦେଢ ମାସ ହେଲା ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଫୁସଫୁସର ୯୦ ପ୍ରତିଶତ କାମ କରୁନଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଯେତେବେଳେ ତାଙ୍କର ଫୁସଫୁସର ପରୀକ୍ଷଣ କରାଯାଇଥିଲା ସେଥିରେ ଗ୍ରୀନ ରଙ୍ଗର ଏକ ଫଙ୍ଗସ୍ ଦେଖିବାକୁ ମିଳିଥିଲା । ଏହାର ରଙ୍ଗ ସବୁଜ ହୋଇଥିବାରୁ ନାମ ରଖାଯାଇଛି ଗ୍ରୀନ ଫଙ୍ଗସ୍ ।

ଏହା ଦେଶର ପ୍ରଥମ ମାମଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଫୁସଫୁସରୁ ଗ୍ରୀନ ଫଙ୍ଗସ୍ ମିଳିଛି । ତେବେ ଗୁରୁତର ଥିବା ଶ୍ରୀଧରଙ୍କୁ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତର ରବି ଡୋଶୀ ଲଗାତାର ଭାବେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ବିଶେଷଜ୍ଞ ଟିମ ସହିତ ଯୋଗାଯୋଗରେ ଅଛନ୍ତି । ଡାକ୍ତର ରବି ଡୋଶୀ କହିଛନ୍ତି ଉକ୍ତ ବ୍ୟକ୍ତିଙ୍କର ଗତ ୨ ମାସ ଧରି ଚିକିତ୍ସା ଜାରି ରହିଛି । ପ୍ରଥମେ କୋଭିଡରେ ଆକ୍ରାନ୍ତ ଥିବା ଶ୍ରୀଧରଙ୍କ ଚିକିତ୍ସା ଜାରି ରହିଥିଲା । ତାଙ୍କର ଫୁସଫୁସ ସଂକ୍ରମିତ କାରଣରୁ ତାଙ୍କୁ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଏହା ପରେ ତାଙ୍କର ଫୁସଫୁସରେ ଗ୍ରୀନ ଫଙ୍ଗସ୍ ଚିହ୍ନଟ ହୋଇଥିଲା । ଏବେ ଶ୍ରୀଧରଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

Comments are closed.