କ୍ଷୁଣ୍ଣ ନହେଉ ବ୍ୟକ୍ତି ସ୍ୱାଧୀନତା: ସୁପ୍ରିମକୋର୍ଟ

70

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଏହାଦ୍ୱାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଛି । ବ୍ୟକ୍ତିଗତ ସ୍ୱାଧୀନତା ସହ ସହ ଜଡିତ ଜରୁରି ମାମଲା ଗୁଡିକର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି ବିଳମ୍ବ ଅବଲମ୍ବନ କରିବା ଅନୁଚିତ । ନିୟମିତ ଜାମିନ ଲାଗି ଆଗତ ହୋଇଥିବା ଆବେଦନକୁ ତାଲିକାଭୁକ୍ତ ନ କରିବା ଅର୍ଥ ହେଉଛି ହାଜତରେ ଥିବା ବ୍ୟକ୍ତିଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରିବ ।

ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ଚୁନ୍ନି ଲାଲ ଗାବାଙ୍କ ଜାମିନ ଆବେଦନର ଶୁଣାଣ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ତାଙ୍କର ଜାମିନ ଆବେଦନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଗତ ଫେବ୍ରୁଆରି ୨୦୨୦ରୁ ପଡିଥିଲେ ବି ତାଙ୍କ ଆବେଦନର ଶୁଣାଣି ହୋଇପାରୁନାହିଁ । ତୁରନ୍ତ ଶୁଣାଣି ଲାଗି ତାଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଭି. ରାମସୁବ୍ରମଣ୍ୟମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଜାମିନ ଲାଗି ଅଭିଯୁକ୍ତ ବାରମ୍ବାର ଆବେଦନ କରିଥିଲେ ବି ନ୍ୟାୟ ପାଇନାହାନ୍ତି । ଜାମିନ ଲାଗି ତାଙ୍କ ଆବେଦନର ଶୁଣାଣି ହେଉଛି ତାଙ୍କର ଏକ ଅଧିକାର । ଏହି ଶୁଣାଣି ନକରିବା ହେଉଛି ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ।

Comments are closed.