ନେପାଳରେ ଜଳପ୍ରଳୟ : ହଠାତ୍ ମାଡ଼ି ଆସିଲା ପାଣି, ଭାସିଗଲା ଗାଁ

82

-ଭୂଟ୍ଟାନ ଫ୍ଲାସ୍ଫ୍ଡ୍ ରେ ୧୦ ମୃତ

କାଠମାଣ୍ଡୁ : କେନ୍ଦ୍ର ନେପାଳରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହଶହ ଘର ଉପରେ ବାଲିଚର ମାଡି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ଫୁଟ/୨୦ ଫୁଟ ଉଚ୍ଚର କାଦୁଅ ଜମି ରହିଛି । ଗତକାଲି ଲଗାଣ ବର୍ଷା ପରେ ସିନ୍ଧୁପାଲଚୌକ ଜିଲ୍ଲାରେ ଅଚାନକ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ସବୁ ପାଣି ସୁଅରେ ଭାସି ଯାଇଥିଲା । ଲୋକମାନେ ନିଜ ଆସବାବପତ୍ର ନେବା ପାଇଁ ମଧ୍ୟ ସମୟ ପାଇ ନଥିଲେ । ବନ୍ୟାପାଣି ମାଡିବା ପରେ କିଛି ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ନେପାଳ ଆର୍ମି ପକ୍ଷରୁ ଯୁଦ୍ଧକାଳୀନ ଅପରେସନ ଚାଲିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୁଟାନ ରାଜଧାନୀ ଥିମ୍ପୁଠାରୁ ମାତ୍ର ୬୦ କିମି ଦୂର ଲୟା ପାଖରେ ଏକ ଗ୍ରାମ ସମ୍ପୂର୍ଣ୍ଣ ଧୋଇଯାଇଛି । ଗାଁଟି ଦୁଇଟି ପାହାଡ ମଝିରେ ଏକ ନାଳ ନିକଟରରେ ଅବସ୍ଥିତୟ ଗ୍ରାମବାସୀ ରାତିରେ ଶୋଇଥିବା ବେଳେ ପାଣି ମାଡି ଆସିଥିଲା । ୨ଟି ହେଲିକପ୍ଟର ଲୋକଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ କରାଯାଇଛି । ଫଶି ରହିଥିବା ଲୋକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି । ତିବ୍ଦତ ସୀମାରେ ହିମସ୍ଖଳନ ଯୋଗୁଁ ଏଭଳି ଅଚାନକ ବନ୍ୟା ଆସିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

ଅନ୍ୟପକ୍ଷରେ ଭୁଟାନରେ ମଧ୍ୟ ଅଚାନକ ବନ୍ୟା ପାଣି ମାଡି ଆସିବାରୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ସୂଚନାଥାଉ କି, ମୌସୁମୀ ବାୟୁ ପ୍ରଭାବରେ ନେପାଳରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ହିମାଳୟ ପାଦ ଦେଶରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ଆସିଛି । ମେଲାନସି,ଇନ୍ଦ୍ରାବତୀ ଓ ଗଣ୍ଡକୀ ନଦୀରେ ବଡ଼ ଧରଣର ବନ୍ୟା ହୋଇଛି । ପାହାଡ଼ରୁ ପାଣି ଖସି ନଦୀଗୁଡ଼ିକ ଫୁଲିବା ଯୋଗୁଁ ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । କେବଳ ଏତିକି ନୁହଁ, ନାରାୟଣୀ ନଦୀରେ ମଧ୍ୟ ବନ୍ୟା ଆସିଛି । ଭରତପୁର ପାଖରେ ନାରାୟଣୀ ନଦୀ ବିଦ ସଂକେତ ଉପରେ ପ୍ରବାହିତ ହେଉଛି ।

Comments are closed.