ଅପରାଧ-ପ୍ରର୍ପଟି ଅଫେନ୍ସ ପାଇଁ ୨ ଆପ୍

0 69

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧିମାନଙ୍କ ଡାଟା । “କୁଣ୍ଡଳୀ’ ଓ “ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର । ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍ । ସୂଚନା ଅନୁଯାୟୀ, “କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା । “ସନ୍ଧାନ’ ଆପରେ ପ୍ରଟି ଅଫେନ୍ସର ଡିଟେଲସ ରହିବ । ପ୍ରର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ୍ । ଚୋରଙ୍କ ସମ୍ପର୍କରେ ଜାଣିବାକୁ “କୁଣ୍ଡଳି’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ “ସନ୍ଧାନ’ ଆପ୍ ।

ପ୍ରର୍ପଟି ଖୋଜିବାରେ ମିଳିଛି ଅଧିକ ସଫଳତା । ଭୁବନେଶ୍ୱର କମିଶନରେଟ ପୋଲିସ ପ୍ରଥମଥର ପାଇଁ ଆରମ୍ଭ କଲା ପ୍ରୟାସ । ଆଗକୁ ଓଡିଶା ପୋଲିସ ୱେବ୍ସାଇଟ୍ ସହ ଯୋଗାଯୋଗ କରାହେବ । ଏବେ ପୋଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.