ସେକେଣ୍ଡ ୱେଭ୍ ରେ ୨ଲକ୍ଷ କୋଟିର କ୍ଷତି: ଆର୍ବିଆଇ

0 70

ନୂଆଦିଲ୍ଲୀ : କୋଭିଡ ଦ୍ୱିତୀୟ ଲହରୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଛି ଚିନ୍ତାଜନକ ତଥ୍ୟ । ଏହି ଲହରୀ କାଳରେ ଦେଶ ସମ୍ମୁଖୀନ ହୋଇପାରେ ଗଭୀର ଅର୍ଥନୈତିକ ଦୁଃସ୍ଥିତି । ଚଳିତ ଆର୍ଥିକ ବର୍ଷରେ ଦେଶ ୨ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ପ୍ରକାଶ କରିଛି ଆରବିଆଇ । ୨୦୨୧ ଜୁନ ଲାଗି ପ୍ରକାଶିତ ମାସିକ ବୁଲେଟିନରେ ଆରବିଆଇ କହିଛି କୋଭିଡ ଜନିତ ବିଭିନ୍ନ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁ ବହୁ କ୍ଷୁଦ୍ର ସହର ଓ ଗ୍ରାମରେ ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି । କୋଭିଡର ଦ୍ୱିତୀୟ ଲହରୀ ମୁଖ୍ୟତଃ ଆଭ୍ୟନ୍ତରୀଣ ଚାହିଦାକୁ ଗଭୀର ଭାବେ ପ୍ରଭାବିତ କରିଛି । କରୋନା ଭାଇରସଜନିତ ମହାମାରୀ ପରିପ୍ରେକ୍ଷୀରେ ପୂର୍ବାବସ୍ଥା ଫେରି ଆସିବା ନେଇ ଏବେ ବି ସଂଶୟ ଜାରି ରହିଛି ।

ଏହି ବୁଲେଟିନରେ ରିଜର୍ଭ ବ୍ୟାଙ୍କ ଦେଶର ସାମଗ୍ରିକ ଆର୍ଥିକ ସ୍ଥିତିର ଚିତ୍ର ପ୍ରକାଶ କରିଥିବାବେଳେ ଦେଶର ରାଜସ୍ୱ ଫ୍ରେମୱର୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଦେଶରେ ଆଭ୍ୟନ୍ତରୀଣ ଚାହିଦା ଉପରେ ପ୍ରଭାବ ପଡିଛି । ଏହା ସତ୍ତେ୍ୱ କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି । ତେବେ ଦେଶରେ ପରିବର୍ଦ୍ଧିତ ଟିକାକରଣ ପ୍ରକ୍ରିୟା ଆର୍ଥିକ ଅବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇବା ଦିଗରେ ସକ୍ଷମ ହୋଇପାରିବ ବୋଲି ଆରବିଆଇ ଆଶାବ୍ୟକ୍ତ କରିଛି । ରାଜସ୍ୱ ଫ୍ରେମୱର୍କ ଓ ଗୁଣବତ୍ତାଭିତ୍ତିକ ବ୍ୟୟ ଦୃଷ୍ଟିରୁ ଆରବିଆଇ କହିଛି ସାରା ବିଶ୍ୱରେ କରୋନା ଭାଇରସ ଯୋଗୁ ଅନେକ ରାଷ୍ଟ୍ରର ସରକାରଙ୍କ ଆର୍ଥିକ ପଦକ୍ଷେପ ପରି ଭାରତରେ ମଧ୍ୟ ସମଅବସ୍ଥା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.