‘ଡ଼ୁମାଣୀ ଖବର’ ପ୍ରଭାବ : ତହସିଲଦାରଙ୍କୁ ମିଳିଲା ଆର୍ଥିକ କ୍ଷମତା

0 80

ନିମାପଡ଼ା : ନିମାପଡ଼ା ବ୍ଳକ୍ ରେ ବିଡ଼ିଓ ନଥିବାରୁ କର୍ମଚାରୀମାନେ ଦରମା ନ ପାଇବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଲ୍ ପେମେଂଟ ହୋଇପାରୁ ନଥିବା ନେଇ ‘ଡ଼ୁମାଣୀ ଖବର’ରେ ଖବର ପ୍ରକାଶ ପାଇଥିଲା । ଏଥିରେ ହସ୍ତକ୍ଷେପ ସ୍ୱରୂପ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବ୍ଳକ୍ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ଆଲେଶଚନା କରି ସ୍ଥାନୀୟ ତହସିଲଦାରଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଇବାରେ ସହଯୋଗ କରିଥିବାରୁ ବ୍ଳକ୍ କର୍ମଚାରୀମାନେ ସନ୍ତୋଷ ପ୍ରକଟ କରିଛନ୍ତି ।

ଗତ ମେ’ ମାସର ଦରମା ବିଲ୍ ପ୍ରସ୍ତୁତ ହୋଇ କର୍ମଚାରୀମାନେ ଦରମା ପାଇଥିବା ବେଳେ ବିଭିନ୍ନ ଗ୍ରା.ପ.କାର୍ଯ୍ୟନିର୍ବାହୀ ଅଧିକାରୀ ଉନ୍ନୟନ ମୂଳକ କାର୍ଯ୍ୟର ପେମେଂଟ ପାଇବା ଆରମ୍ଭ କଲେଣି ବୋଲି ସ୍ୱୀକାର କରିଛନ୍ତି । ତହସିଲଦାର ଏକ ସଂଗେ ବିଡ଼ିଓ, ସବ୍ରେଜିଷ୍ଟର ଦାୟିତ୍ୱ ନେଇ ଶୃଙ୍ଖଳାର ସହ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ମଧ୍ୟସ୍ଥିଙ୍କ କାରନାମା ଯୋଗୁଁ ସେହିସବୁ ଅଂଚଳର ଉନ୍ନତି ମୂଳକ କାର୍ଯ୍ୟ ପେମେଂଟ ପାଇଁ ଅସୁବିଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଖୁବ୍ଶୀଘ୍ର ବିଡ଼ିଓ ଯୋଗଦାନ କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.