ଛୁରୀ ଭୁଷି ଯୁବକଙ୍କୁ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

0 84

ଗଞ୍ଜାମ : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଉତରାମୁଖୀ ସାହିରେ ପୂର୍ବ ଶତୃତାରୁ ଗଣ୍ଡଗୋଳ ଘଟି ହୋଇଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଶିବରାମ ସେଠୀ (୨୧) । କେସ୍ ନଂ ୧୨୨/୨୧ ରେ ଅଭିଯୁକ୍ତ ଶିବରାମକୁ କୋର୍ଟଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି ।

ଏହି ଘଟଣାରେ ଜଡ଼ିତ ଅନ୍ୟ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ । 
ପ୍ରକାଶ ଥାଉ କି, ଗତ ୧୫ ତାରିଖରେ ଚନ୍ଦନ ପ୍ରଧାନ ତାଙ୍କର ଦୁଇ ଜଣ ସାଙ୍ଗ ତେଫାନ ବେହେରା ଓ ମୁନା ମହାନ୍ତିଙ୍କ ସହିତ ବଚସା ହୋଇ ଛୁରାମାଡ଼ ହୋଇଥିଲା । ଘଟଣାରେ ଚନ୍ଦନ ଓ ତାଙ୍କର ଦୁଇ ଜଣ ସାଙ୍ଗ ଆହତ ହୋଇଥିଲେ । ଚନ୍ଦନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

Leave A Reply

Your email address will not be published.