ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୨୦ ହଜାର କୋଟି ପାର୍

0 79

ନୂଆଦିଲ୍ଲୀ, ୧୮ ।୬: ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ବ୍ୟକ୍ତିଗତ, କର୍ପୋରେଟ୍ ଟଙ୍କା ୨୦୨୦ରେ ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ୨୦,୭୦୦ କୋଟିରୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ସିକ୍ୟୁରିଟି, ବଣ୍ଡ ଏବଂ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦ ମାଧ୍ୟମରେ ଧାରଣ କରିଥିବା ହୋଲଡିଂରୁ ଆସିଛି, ନଗଦ ଜମା ଆକାରରେ ନୁହେଁ । ତେବେ ଏହି ଅବଧି ମଧ୍ୟରେ ଗ୍ରାହକଙ୍କ ଜମା ରାଶି ହ୍ରାସ ପାଇଛି । ଗୁରୁବାର ଦିନ ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ ତଥ୍ୟରୁ ଏହି ସୂଚନା ମିଳିଛି । ଏହି ପାଣ୍ଠି ଭାରତର ଶାଖା ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ରଖାଯାଏ । ୨୦୧୯ ଶେଷରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ଗ୍ରାହକଙ୍କ ମୋଟ କର୍ପସ୍ ୮୯.୯ କୋଟି ସ୍ୱିସ୍ ଫ୍ରାଙ୍କ୍ (୬.୬୨୫ କୋଟି ) ଥିଲା । ୨୦୨୦ ରେ ଏହା ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଏହା କ୍ରମାଗତ ଦୁଇ ବର୍ଷ ପାଇଁ ହ୍ରାସ ପାଇଛି । ୧୩ ବର୍ଷ ମଧ୍ୟରେ ସର୍ବଶେଷ ସଂଖ୍ୟା ସର୍ବାଧିକ । ସ୍ୱିସ୍ ନାସନାଲ ବ୍ୟାଙ୍କର ତଥ୍ୟ ଅନୁଯାୟୀ ୨୦୦୬ରେ ଏହା ପ୍ରାୟ ୬.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ରେକର୍ଡ ସ୍ତରରେ ଥିଲା । ଏହା ପରେ ୨୦୧୧, ୨୦୧୩ ଏବଂ ୨୦୧୭ ବ୍ୟତୀତ ଏହା ହ୍ରାସ ପାଇଥିଲା । ୨୦୨୦ ଶେଷରେ ଭାରତୀୟ ଗ୍ରାହକଙ୍କ ଉପରେ ସ୍ୱିସ୍ ବ୍ୟାଙ୍କଗୁଡିକର ମୋଟ ହିସାବ ହେଉଛି ୨୫୫.୪୭ କୋଟି (ସ୍ୱିସ୍ ଫ୍ରାଙ୍କ) । ଗ୍ରାହକଙ୍କ ଜମା ହିସାବରେ ଏଥିରେ ୫୦.୯ କୋଟି ସ୍ୱିସ୍ ଫ୍ରାଙ୍କ (୪,୦୦୦ କୋଟିରୁ ଅଧିକ) ରହିଛି । ଏଥି ସହିତ ୩୮୩ କୋଟି ସ୍ୱିସ୍ ଫ୍ରାଙ୍କ (୩,୧୦୦କୋଟିରୁ ଅଧିକ) ଅନ୍ୟ ବ୍ୟାଙ୍କ ମାଧ୍ୟମରେ ରଖାଯାଇଛି । ୨୦ ଲକ୍ଷ ସ୍ୱିସ୍ ଫ୍ରାଙ୍କ୍ (୧୬.୫ କୋଟି ଟଙ୍କା) ହୋଇଥିବାବେଳେ ସର୍ବାଧିକ ୧୬୬.୪୮କୋଟି ସ୍ୱିସ୍ ଫ୍ରାଙ୍କ୍ (ପ୍ରାୟ ୧୩,୫୦୦ କୋଟି) ବଣ୍ଡ, ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦ ଆକାରରେ ଟ୍ରଷ୍ଟ ମାଧ୍ୟମରେ ରଖାଯାଇଛି ।

Leave A Reply

Your email address will not be published.