ବିରୋଧ ପରେ ନରମିଲା ହକି ଇଣ୍ଡିଆ:ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମ୍ୟାନ ନିଯୁକ୍ତ

0 76

ଭୁବନେଶ୍ୱର, ୧୮ ।୬ (ଡିକେ ନ୍ୟୁଜ୍): ବହୁ ବାଦ ବିବାଦ ଓ ବିରୋଧର ସ୍ୱର ଉଠିବା ପରେ ବାଟକୁ ଆସିଲା ହକି ଇଣ୍ଡିଆ । ଏଥିସହ ବଦଳିଲେ ହକି ଇଣ୍ଡିଆ ଆଡହକ୍ କମିଟିର ଚେୟାରମ୍ୟାନ୍ । ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି ହକି ଇଣ୍ଡିଆ । କିଛିଦିନ ପୂର୍ବରୁ ହକି ଇଣ୍ଡିଆ ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିମ୍ବଦନ୍ତୀ ଦିଲୀପ ତିର୍କୀଙ୍କୁ କମିଟି କେବଳ ସଦସ୍ୟ କରିଥିଲା । ଏହାକୁ ନେଇ ସାରା କ୍ରୀଡା ଜଗତରେ ପ୍ରତିବାଦର ସ୍ୱର ଦେଖାଦେଇଥିଲା । ଫଳରେ ନିଜ ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କରିବାକୁ ବାଧ୍ୟ ହୋଇଥିଲା ହକି ଇଣ୍ଡିଆ । ଶୁକ୍ରବାର ହକି ଇଣ୍ଡିଆ ଦିଲୀପ ତିର୍କୀଙ୍କୁ ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି । ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହଙ୍କୁ ଆଡହକ୍ କମିଟିର ସଦସ୍ୟ କରାଯାଇଛି । କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ ଶ୍ରୀବାସ୍ତକ ଓ ଅଧିପ ଦାସ ମଧ୍ୟ ଆଡହକ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି । ହକି ଇଣ୍ଡିଆ କିଛିଦିନ ତଳେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ନିଯୁକ୍ତ କରିଥିଲା । ଅନ୍ୟପଟେ ଦିଲ୍ଲୀପ ତିର୍କୀଙ୍କୁ କେବଳ କମିଟିର ସଦସ୍ୟ କରିଥିଲା । ଯାହା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ଓଡ଼ିଶାରେ ଏତେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ । ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା ।

Leave A Reply

Your email address will not be published.