ଅପରେସନ୍ ଥାର୍ଡ ୱେଭ୍

0 70

ଭୁବନେଶ୍ୱର : ଅପରେସନ୍ ଥାର୍ଡ ୱେଭ୍ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଧିକ ସଂଖ୍ୟାରେ ଶିଶୁମାନେ ଏହି ଲହରରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ଫୋକସ୍ ରହିଛି । ମେଡିକାଲ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ପର୍ଯ୍ୟାପ୍ତ ମେଡିକାଲ, ଅକ୍ସିଜେନ୍ ଏବଂ ଔଷଧ ମହଜୁଦ୍ ରଖାଯାଇଛି । ରାଜ୍ୟରେ ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । କୋଭିଡ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ୨୩୯୦ ବେଡ୍ ଓ ୬୧୦ ଆଇସିୟୁ ସହିତ ସର୍ବମୋଟ ୩ହଜାର ବେଡ୍ ପ୍ରସ୍ତୁତ ରଖାଯାଇଛି ।

ପ୍ରଚୁର ପରିମାଣର ଅକ୍ସିଜେନ୍ ଓ ଔଷଧ ମହଜୁଦ୍ ରହିଛି । ଗଠିତ ବିଶେଷଜ୍ଞ କମିଟି ସ୍ଥିତିର ନିରୀକ୍ଷଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିବା ସହ ଶିଶୁଙ୍କ ଯତ୍ନ ପାଇଁ ଡାକ୍ତର-ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ କରାଯାଉଛି । ରାଜ୍ୟ ସରକାର ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାକୁ ଯୋଜନା କରିଛନ୍ତି । ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ମହାରାଷ୍ଟ୍ର ସରକାର ତୃତୀୟ ଲହର ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡ଼ିଶା ସରକାର ଏହି ଲହରର ମୁକାବିଲା ପାଇଁ ସଜାଗ ଅଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ତୃତୀୟ ଲହର ଏକ ଆକଳନ ମାତ୍ର । ଏହାକୁ ମୁକାବିଲା ପାଇଁ କୋଭିଡ୍ ଗାଇଡ୍ଲାଇନ୍ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତୃତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯାଇଛି ବୋଲି ଡିଏମ୍ଇଟି କହିଛନ୍ତି ।

Leave A Reply

Your email address will not be published.