ବିଶ୍ୱର ୨୯ ଦେଶରେ କୋଭିଡ୍ ର ନୂଆ ଭ୍ୟାରିଆଣ୍ଟ

0 86

ନୂଆଦିଲ୍ଲୀ : କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ବଡ଼ ମନ୍ତବ୍ୟ ଦେଇଛି । କହିଛି ବିଶ୍ୱର ୨୯ ଦେଶରେ ପୁଣିଥରେ କରୋନାର ନୂଆ ଭ୍ୟାରିଆଣ୍ଟ ମିଳିଛି । ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି । ଆଉ ଏହାର ନାମ (ଲାମ୍ବା) ବୋଲି କୁହାଯାଇଛିୟ । ‘ହୁ’ ର ମୁଖପାତ୍ର କହିଛନ୍ତି, ଏହା ପ୍ରଥମଥର ମିଳିଛି କିନ୍ତୁ କରୋନା ମହାମାରୀ ବ୍ୟାପିବାରେ ଦକ୍ଷିଣ ଆମେରିକା ଦାୟୀ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ପେରୁ ସହରରେ ଏହି ଭୂତାଣୁ ଅଧିକ ସଂଖ୍ୟାରେ ଠାବ ହୋଇଛି । କେବଳ ଏତିକି ନୁହେଁ ବରଂ ୨୦୨୧ ମସିହା ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୮୧ ପ୍ରତିଶତ ଲୋକେ ଏହି ମହାମାରୀ ସଂକ୍ରମଣ ହୋଇଛନ୍ତି । ଏହାସହ ଚିଲ୍ଲୀ ସହରରେ ବିଗତ ୬୦ ଦିନ ମଧ୍ୟରେ ଏହିରି ୩୨ ପ୍ରତିଶତ ମାମଲା ଠାବ ହୋଇଥିବା ଜଣାପଡ଼ିଛି । ଏବେ ଆର୍ଜେଣ୍ଟିନା ପରି ସହରରେ ମଧ୍ୟ ଏହି ଭୂତାଣୁ ଠାବ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଲାମ୍ବା ଭାଇରସ୍ ସଂକ୍ରମଣ ବହୁତ ଶୀଘ୍ର ଶରୀରରେ ବୃଦ୍ଧି କରିଥାଏ ।

ଗୁରୁତ୍ୱୂର୍ଣ୍ଣ କଥା ହେଲା ଏହି ପ୍ରକାର ଭୂତାଣୁ ଏତେ ମାତ୍ରାରେ ସଂକ୍ରମଣ କରୁଛି ଯେ, ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କୌଣସି ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରିପାରୁନାହିଁ । ଏ ପ୍ରକାର ଭୂତାଣୁକୁ ଚିହ୍ନଟ କରିବା ପାଇଁ ଅନେକ ପ୍ରକାର ଟେଷ୍ଟର ମଧ୍ୟ ଆବଶ୍ୟକତା ରହିଛି । ଏଠାରେ କହିରଖୁଛୁ, ଭୂତାଣୁ ସେତେବେଳେ ସଂକ୍ରଣାତ୍ମକ ହେବ ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ବୈଜ୍ଞାନିକମାନେ ଏହାକୁ କ୍ଷତିକାରକ ବୋଲି କହିବେ । କୁହାଯାଉଛି ଏହି ଭୂତାଣୁକୁ କୌଣସି ପ୍ରକାର ଭ୍ୟାକ୍ସିନ ମଧ୍ୟ କାମ କରୁନାହିଁ, ଯେଉଁ ଔଷଧ ବା ପ୍ରତିଷେଧକ ଦିଆଯାଉଛି ତାହା ବି ବିଶେଷ ଭାବରେ କାମ କରୁନଥିବା ଡାକ୍ତତରମାନେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ଏହି ପ୍ରକାର ଭୂତାଣୁ ଅନେକ ଦେଶରେ ଠାବ ହେଲେଣି । ଯାହା ଲାଗି ଆଗାମୀ ଦିନରେ କରୋନା ସଂକ୍ରମଣ ମାମଲା ମଧ୍ୟ ବଢିବ ।

Leave A Reply

Your email address will not be published.