ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ

0 89

ଭୁବନେଶ୍ୱର : ଭୁବନେଶ୍ୱରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ।

ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ ଅଫିସ ଓ ସରକାରୀ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଜୁନ ୧୦ରୁ ୨୦ ତାରିଖ ମଧ୍ୟରେ କରାଯାଉଛି । ଏଥିରେ ୬ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରହିଛି । ୧୭ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଥିବା ସମସ୍ତ ଅଫିସ ଜୁଲାଇ ୧ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଥିବାରୁ କର୍ମଚାରୀଙ୍କୁ ଦୁଇଟି ଟିକା ଦେବା ପାଇଁ ଯୋଜନା ହୋଇଛି ।

Leave A Reply

Your email address will not be published.