ଦେଶରେ ୮୫ ପ୍ରତିଶତ କମିଛି ସଂକ୍ରମଣ

0 154

ନୂଆଦିଲ୍ଲୀ :ଦେଶରେ ଲଗାତାର ଭାବରେ କମି ଚାଲିଛି ସଂକ୍ରମଣ । ତେବେ ପୂର୍ବ ମାସରେ ଅର୍ଥାତ ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା । କିନ୍ତୁ ସେହିଦିନଠାରୁ ବର୍ତ୍ତମାନ ସମୟ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୭୮.୬ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି ।

ମେ ପ୍ରଥମ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ମାତ୍ର ୧୪୭ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବା ଲବ୍ କହିଛନ୍ତି । ଏହାସହ ମେ ପ୍ରଥମ ସପ୍ତାହରେ ଦୈନିକ ପଜିଟିଭିଟି ହାର ୨୧ ପ୍ରତିଶତ ଟପିଯାଇଥିବା ବେଳେ ଏବେ ତାହା ୪ ପ୍ରତିଶତକୁ ଖସିଆସିଛି । ଦେଶରେ ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ତେଣୁ ଲୋକମାନେ ଏବେ ବି କରୋନା କଟକଣା ମାନି ଚଳିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସେପଟେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ବଡ଼ ମନ୍ତବ୍ୟ ଦେଇଛି ।ବିଶ୍ୱର ୨୯ ଦେଶରେ ପୁଣିଥରେ କରୋନାର ନୂଆ ଭ୍ୟାରିଆଣ୍ଟ ମିଳିଛି । ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି । ଆଉ ଏହାର ନାମ ଲାମ୍ବା ବୋଲି କୁହାଯାଇଛି । ‘ହୁ’ ର ମୁଖପାତ୍ର କହିଛନ୍ତି, ଏହା ପ୍ରଥମ ଥର ମିଳିଛି କିନ୍ତୁ କରୋନା ମହାମାରୀ ବ୍ୟାପିବାରେ ଦକ୍ଷିଣ ଆମେରିକା ଦାୟୀ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଫେରୁ ସହରରେ ଏହି ଭୂତାଣୁ ଅଧିକ ସଂଖ୍ୟାରେ ଠାବ ହୋଇଛି ।

କେବଳ ଏତିକି ନୁହେଁ ବରଂ ୨୦୨୧ ମସିହା ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୮୧ ପ୍ରତିଶତ ଲୋକେ ଏହି ମହାମାରୀ ସଂକ୍ରମଣ ହୋଇଛନ୍ତି । ଏହାସହ ଚିଲ୍ଲୀ ସହରରେ ବିଗତ ୬୦ ଦିନ ମଧ୍ୟରେ ଏହିରି ୩୨ ପ୍ରତିଶତ ମାମଲା ଠାବ ହୋଇଥିବା ଜଣାପଡ଼ିଛି । ଏବେ ଆର୍ଜେଣ୍ଟିନା ପରି ସହରରେ ମଧ୍ୟ ଏହି ଭୂତାଣୁ ଠାବ ହୋଇଛି । ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍ସିନ୍ର ୨ଟି ଡୋଜ୍ ନେଇଥିବା ଘଟଣା ସାମ୍ନାକୁ ଆସିଛି ।

ଅକ୍ଟୋବରରେ କରୋନାର ଥାର୍ଡ ୱେଭ୍ !

ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଭିତରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର । ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରୁ ଅନେକ ଗୁରୁତ୍ୱୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ମହାରାଷ୍ଟ୍ରର ରାଜ୍ୟ କୋଭିଡ୍ ଟାସ୍କଫୋର୍ସ ପୂର୍ବାନୁମାନ କରିଥିଲା, ଯେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ସେଠାରେ ତୃତୀୟ ଲହର ଆସିପାରେ । କିନ୍ତୁ ବିଶ୍ୱର ୪୦ ଜଣ ବିଶେଷଜ୍ଞ ଯେଉଁ ମତ ଦେଇଛନ୍ତି ସେଥିରୁ ଭିନ୍ନ ତଥ୍ୟ ସାମନାକୁ ଆସିଛି । ଜୁନ୍ ୩ ତାରିଖରୁ ୧୭ ତାରିଖ ମଧ୍ୟରେ ବିଶ୍ୱର ୪୦ଜଣ ବିଶିଷ୍ଟ ହେଲଥ କେୟାର ସ୍ପେଶାଲିଷ୍ଟ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞଙ୍କୁ ନେଇ ଏହି ସର୍ଭେ କରିଛି ।

ଭାରତର ବରିଷ୍ଠ ଚିକିତ୍ସକ ଡାକ୍ତର ଦେବୀ ସେଟ୍ଟୀ ଓ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ଏଥିରେ ସାମିଲ ଥିଲେ । ୮୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ୧୨ ପ୍ରତିଶତ ବିଶେଷଜ୍ଞ କହିଥିଲେ ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ତୃତୀୟ ଲହର ଆସିପାରେ । ୭୦ ପ୍ରତିଶତ ବିଶେଷଜ୍ଞ କହିଥିଲେ ତୃତୀୟ ଲହରକୁ ଅପେକ୍ଷାକୃତ ଭଲ ଭାବେ ନିୟନ୍ତ୍ରଣ କରାଯାଇପାରିବ । ଟିକାକରଣ କାରଣରୁ ଅପେକ୍ଷାକୃତ ଭଲ ଭାବେ ନିୟନ୍ତ୍ରଣ କରାଯାଇପାରିବ । ଦୃଇ ତୃତୀୟାଂଶ ଡାକ୍ତର କହିଥିଲେ ଛୋଟ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଛୋଟ ପିଲା ପ୍ରଭାବିତ ହେବାର କାରଣ ସେମାନଙ୍କ ପାଇଁ ଟିକା ଆସିପାରିନାହିଁ । ୪୦ରୁ ୧୪ ବିଶେଷଜ୍ଞ ଅର୍ଥାତ ପ୍ରାୟ ୩୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଛୋଟ ପିଲାଙ୍କୁ ଆଦୌ ବିପଦ ନାହିଁ । ୬୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଟିକା ନେଇଥିବା ବ୍ୟକ୍ତିଙ୍କୁ ତୃତୀୟ ଲହର ବିପଦ ହେବ ନାହିଁ । ୭୩ ପ୍ରତିଶତ ବିଶେଷଜ୍ଞ କହିଥିଲେ ଆହୁରି ଏକ ବର୍ଷ ଯାଏ କରୋନାର ଭୟ ରହିବ । ଭାରତରେ ଦ୍ୱିତୀୟ ଲହର ମାରାତ୍ମକ ହେବାରୁ ସାରା ବିଶ୍ୱର ବିଶେଷଜ୍ଞମାନେ ଭାରତର ତୃତୀୟ ଲହରକୁ ନେଇ ଅଧ୍ୟୟନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଆହୁରି ଏକବର୍ଷ ଯାଏ ଆମ ଦେଶରେ କରୋନାର ପ୍ରଭାବ ଜାରି ରହିବ ।

Leave A Reply

Your email address will not be published.