ପ୍ରାକ୍ତନ ବି. ଆର. ସି ତଥା ସାହିତ୍ୟ ସଂଗଠକ ବିଭୁତି ପରିଡାଙ୍କ ବିୟୋଗ

0 80

ସାଲେପୁର : ସାଲେପୁର ବ୍ଲକ ଶିକ୍ଷା ବିଭାଗ ଅବସର ପ୍ରାପ୍ତ ବି. ଆର. ସି, ଆଦର୍ଶ ଶିକ୍ଷକ, ସାହିତ୍ୟ ସଂଗଠକ ବିଭୁତି ଭୂଷଣ ପରିଡାଙ୍କର ୭୩ ବର୍ଷ ବୟସରେ କଳ ମିଶ୍ରି ପଞ୍ଚାୟତ ପୁରୁଣାପାରି ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜନାର୍ଦନପୁର ଚିତ୍ରୋତ୍ପଳା ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ ।

ସ୍ବର୍ଗତ ପରିଡା ବିଭିନ୍ନ ସାହିତ୍ୟ ସଂଗଠନ ସହ ଜଡିତ ରହିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ସାହିତ୍ୟ ଚର୍ଚ୍ଚା ଓ ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ବିୟୋଗ ଖବର ପାଇ ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଗଭୀର ଶୋକ ପ୍ରକାଶ କରବା ସହ ବଡ଼ ପୁଅ ବିଶ୍ୱଜିତଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷକୃତ୍ୟସମ୍ପନ୍ନ ହୋଇଛି।ବଡପୁଅ ବିଶ୍ୱଜିତ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଅମରଜିତ, ତିନି ଝିଅ ଓ ଜ୍ୱାଇଁ, ସାନଭାଇ ଅଧିକାରୀ ପରିଡା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ତାଙ୍କ ବିୟୋଗ ରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ପଂଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ ପ୍ରମୁଖଗଭୀର ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.