କରୋନା ସମୟରେ ଆଶାର ଆଲୋକ ୟୁବିଏସ୍‌ଏସ୍

0 74

ଭୁବନେଶ୍ୱର : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ତାଲା ବନ୍ଦ ଚାଲୁ ରହିଛି । ଏହି ସମୟରେ ଉତ୍କଳ ବିପନ୍ନ ସହାୟତା ସମିତି ବା ୟୁବିଏସ୍‌ଏସ୍ ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ସଂଯୋଜନାରେ ୧୦ ପ୍ରକାର ସେବା କାମ କରାଯାଉଛି । ଫୋନ ମାଧ୍ୟମରେ କରୋନା ରୋଗୀ ଓ ତାଙ୍କ ଆତ୍ମୀୟସ୍ୱଜନମାନଙ୍କୁ ବିନା ମୂଲ୍ୟରେ ବିଶିଷ୍ଟ ଡାକ୍ତରମାନଙ୍କ ଦ୍ୱାରା ଚକିତ୍ସା ପରାମର୍ଶ ଯୋଗାଇ ଦିଆଯାଉଛି । ଜୁନ ୧୫ ତାରିଖ ସୁଦ୍ଧା ୪୧୨ ଜଣ ଲୋକ ବିଭିନ୍ନ ରୋଗ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଡାକ୍ତରମାନଙ୍କ ଠାରୁ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ନେଇଛନ୍ତି । ଏହି କାର୍ଯ୍ୟରେ ୩ ଜଣ ସ୍ୱୟଂସେବକ ସହଯୋଗ କରୁଛନ୍ତି ।

ଏହି ସମୟରେ ଯେଉଁ ରୋଗୀମାନଙ୍କର ମେଡିକାଲକୁ ଯିବାର ଆବଶ୍ୟକତା ଅଛି, ସେମାନେ ମେଡିକାଲକୁ ଯାଇ ପାରୁନାହାଁନ୍ତି । ଏହିଭଳି ୮୮ ଜଣ ରୋଗୀଙ୍କୁ ମେଡିକାଲରେ ପହଁଚା ଯାଇଛି । ଏହି କାର୍ଯ୍ୟ ପାଇଁ ୫ ଜଣ ସ୍ୱୟଂସେବକ କାର୍ଯ୍ୟରତ ଅଛନ୍ତି । କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ମାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ କରାଯାଉଛି । ସାମାଜିକ ଗଣମାଧ୍ୟମ ଓ ଭଚ୍ୟୁଆଲ ମାଧ୍ୟମରେ ଜନଜାଗରଣ କରାଯାଇଛି । କିପରି ମୁହଁରେ ମାକ୍ସବାନ୍ଧିବା ସହିତ ସାମାଜିକ ଦୂରତା ରକ୍ଷାକରିବା, ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦିଆ ଯାଇଛି । ଏଥିସହିତ୨୫ ଜଣ ସ୍ୱୟଂସେବକଙ୍କ ଦ୍ୱାରା ବିଭିନ୍ନ ସମୟରେ ୧୯୨୦ ମାସ୍କ ବିତରଣ କରାଯାଇଛି । ଟିକା ନେବା ପାଇଁ ଜନ ଜାଗରଣ କରାଯିବା ସହିତ ୧୦ ଜଣ ସ୍ୱୟଂସେବକ ୭୧୦ ଜଣଙ୍କୁ ଟିକା ନେବାରେ ସହାୟତା କରିଛନ୍ତି । ସଂଘ ତରଫରୁ ଅକ୍ସିଜେନ ସିଲିଣ୍ଡର ଓ କନ୍‌ସଟେନଟର ଦ୍ୱାରା ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟରେ ୨ ଜଣ ସ୍ୱୟଂସେବକ ଥିବା ବେଳେ ୬ ଜଣଙ୍କୁ ଉକ୍ତ ସହାୟତା ଯୋଗାଇ ଦିଆଯାଇଛି ।

ଯେଉଁ ପରିବାରରେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ରାସ୍ତାରେ ବୁଲୁ ଥିବା ଲୋକ, ପ୍ରବାସୀ ଶ୍ରମିକ, କରୋନା ରୋଗୀ ଏହିପରି ୭୯୩ ଜଣଙ୍କୁ ୧୭ ଜଣଙ୍କ ଦ୍ୱାରା ରନ୍ଧାଖାଦ୍ୟ ସେମାନଙ୍କ ନିକଟରେ ପହଁଚା ଯାଇଛି । ୩୫ଟି ପରିବାରରେ ରାସନ ସାମଗ୍ରୀ ୧୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ଏବଂ ୧୧୮ ଜଣଙ୍କୁ ଆୟୁଷ-୬୪ ଔଷଧ ୩୦ ଜଣ ସ୍ୱୟଂସେବକଙ୍କ ମାଧ୍ୟମରେ ପହଁଚା ଯାଇଛି । ୧୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ୪୦୦୦ କାଢା ବିଭିନ୍ନ ସ୍ଥାନରେ ପ୍ରଦାନ କରାଯାଇଛି । ସଂଘ ଦ୍ୱାରା ସଂଘରୋଧ କେନ୍ଦ୍ର ପରିଚାଳିତ ହେଉଛି । ଯେଉଁ ରୋଗୀମାନେ ମେଡିକାଲରୁ କୋଭିଡ-୧୯ରୁ ଭଲ ହୋଇ ଫେରୁଛନ୍ତି, ସେମାନଙ୍କର ସଂଘ ରୋଧରେ ରହିବା ପାଇଁ ସୁବିଧା ନାହିଁ । ସେହିପରି ୬ ଜଣ ରୋଗୀଙ୍କୁ ଏହି କେନ୍ଦ୍ରରେ ରଖା ଯାଇ ୧୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଜୁନ ୧୫ ତାରିଖ ସୁଦ୍ଧା ଆର ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ୧୨୨ ଜଣ ସ୍ୱୟଂସେବକମାନଙ୍କ ମାଧ୍ୟମରେ ୮୦୮୮ ଜଣଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.