ମୟୂରଭଞ୍ଜ: ବଢ଼ୁଛି ସୁସ୍ଥତା, ଗଡ଼ୁଛି ମୁଣ୍ଡ

0 62

-ଆଜି ଜିଲ୍ଲାରୁ ୧୬୨ ନୂଆ କରୋନା ପଜିଟିଭ ଚିହ୍ନଟ : ୨ ମୃତ
-ସଂକ୍ରମିତମାନଙ୍କ ସଂଖ୍ୟା ୩୩,୬୧୦କୁ ବୃଦ୍ଧି
-କେବଳ ଜୁନ ମାସର ୧୯ ଦିନରେ ୫,୪୯୧ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ

ବାରିପଦ : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଜୁନ ୧୮ରେ ଜିଲ୍ଲାରେ ସଂକ୍ରମଣର ହାର ୫ ପ୍ରତିଶତ ରହିଥିଲା । ଦୀର୍ଘ ଦିନ ଧରି ଲାଲ ବଳୟ ମଧ୍ୟରେ ବାହାରକୁ ବାହାରି କମଳା ବଳୟରେ ପହଁଞ୍ଚିଛି । କେବଳ ଜୁନ ମାସର ୧୯ ଦିନ ମଧ୍ୟରେ ଜିଲ୍ଲାରୁ ୫,୪୯୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮ ଦିନରେ ୬,୯୬୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହାର ଯଥେଷ୍ଟ ଅଧିକ ରହିଛି । ଜୁନ ପହିଲାରେ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହିଦିନ ସୁସ୍ଥ ୬୪୨ ରହିଥିଲା । ସେହିପରି ଜୁନ ୨ରେ ୪୮୫ ଆକ୍ରାନ୍ତ ତୁଳନାରେ ୬୧୮ ସୁସ୍ଥ ଏହିପରି ପ୍ରାୟ ପ୍ରତ୍ୟେକ ଦିନ ଆକ୍ରା ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ହେବାରେ ଲାଗିଥିବାରୁ କରୋନା ମହାମାରୀ ସରକାରଙ୍କ ନିୟନ୍ତ୍ରଣକୁ ଆସିବା ଭଳି ପରିଲକ୍ଷିତ ହେଉଛି । ତେବେ ଏଥିନିମନ୍ତେ ଆମକୁ ଅଧିକ ସଚେତନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପରାମର୍ଶ ଦେଇଛନ୍ତି ।  

ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଲହର ଫେରି ଆସିବା ପରେ ସରକାରୀ ଭାବେ କେବଳ ଜୁନ ମାସରେ ଜିଲ୍ଲାରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଏହା ମଧ୍ୟରେ ଜୁନ ୪ରେ-୧, ଜୁନ ୫ରେ-୪, ଜୁନ ୬ରେ – ୨, ଜୁନ ୭ରେ- ୨, ଜୁନ ୮ରେ-୧, ଜୁନ ୯ରେ-୨, ଜୁନ ୧୦ରେ-୨, ଜୁନ ୧୩ରେ-୨, ଜୁନ ୧୬ରେ-୨, ଜୁନ ୧୮ରେ-୧ ଏବଂ ଜୁନ ୧୯ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହିସମୟରେ ଜୁନ ୧୯ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୪୨୭ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୬୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩,୬୧୦ରେ ପହଁଞ୍ଚିଛି ।

ସେହିପରି ଜୁନ ୧୮ ପର୍ଯ୍ୟନ୍ତ ଜିଲ୍ଲାରୁ ୯୪.୨ ପ୍ରତିଶତ ହାରରେ ୩୧,୬୫୯ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୧୯ ଅପରାହ୍ନ ସୁଦ୍ଧା ୫.୪୬ ପ୍ରତିଶତ ହାରରେ ୧,୮୩୪ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେ ଘଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଆଜି ଜିଲ୍ଲାରେ ଜଣେ ୭୬ ବର୍ଷ ବୃଦ୍ଧ ଓ ଅନ୍ୟ ଜଣେ ୩୫ ବର୍ଷିୟା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଏବଂ ୦.୩୪ ପ୍ରତିଶତ ହାରରେ ୧୧୪ରେ ପହଁଞ୍ଚିଛି । ଏଥି ସହିତ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.