ଟିକା ନେଇନାହାନ୍ତି ୨ ଲକ୍ଷ କୋଭିଡ୍ ଯୋଦ୍ଧା

72

ଭୁବନେଶ୍ୱର : ମହାମାରୀ କୋଭିଡ୍ ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ତା’ପରେ ସମ୍ମୁଖ ଯୋଦ୍ଧା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା । ହେଲେ ଦୁଃଖର ବିଷୟ ଯେଉଁ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ଅନେକ ଟିକା ନେଇନାହାନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟରେ ୨ ଲକ୍ଷ କୋଭିଡ୍ ଯୋଦ୍ଧା କରୋନା ଟିକା ନେଇନାହାନ୍ତି । ଟିକା ନେଇନଥିବା ୨ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ଭିତରୁ ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟକର୍ମୀ ରହିଥିବା ବେଳେ ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିାଲ୍ କମିଶନରଙ୍କୁ ଚିଠି ଲେଖିଛି । ଏଥିସହ ତୁରନ୍ତ ଟିକାକରଣ ବାବଦରେ ୨୦ ଜୁନ୍ ସୁଦ୍ଧା ସମସ୍ତ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି । ବ଼ଡ କଥା ହେଉଛି କୋୱିନ୍ ଆପ୍ ରେ ପଞ୍ଜିକୃତ ହୋଇଥିବା ୧ ଲକ୍ଷ ୯୭ ହଜାର ୨୧୭ ଜଣଙ୍କୁ ଏଯାଏ ଟିକାକରଣ କରାଯାଇନାହିଁ । ଗଞ୍ଜାମରେ ସର୍ବାଧିକ ୧୧ ହଜାର ୭୭୪ଜଣ ଓ ଭୁବନେଶ୍ୱରରେ ୯ ହଜାର ୯୩୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନାହାନ୍ତି ।

ବର୍ତ୍ତମାନ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଛନ୍ତି । ମହାମାରୀ କରୋନା ବିରୋଧରେ ଲଢ଼େଇ ପାଇଁ କରୋନା ଟିକା ଏକମାତ୍ର ଅସ୍ତ୍ର । ଯେଉଁଥିାଇଁ କୋଭିଡ୍ ଯୋଦ୍ଧାଙ୍କୁ ସରକାର ପ୍ରଥମେ ଦେଇଥିଲେ ଟିକା । ହେଲେ କେତେକ କୋଭିଡ୍ ଯୋଦ୍ଧା ଟିକା ନେଇନାହାନ୍ତି । ଯେଉଁଥିାଇଁ ସରକାରଙ୍କ ଚିନ୍ତା ବଢ଼ିଛି । ଯେଉଁ ରାଜ୍ୟରେ ଶିକ୍ଷିତ କୋଭିଡ୍ ଯୋଦ୍ଧା ଟିକା ନେଉନାହାନ୍ତି, ସେଠି ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀମାନେ ଟିକା ନନେବା ସ୍ୱାଭାବିକ କଥା ।

Comments are closed.