ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି

76

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି । ୟୁନିଟ୍-୩ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୋଲିସ । ଏନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଏହି ସୂଚନା ଦେଇଛନ୍ତି । ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥିବା ସ୍ୱୀକାର କରିଛନ୍ତି ନେଇଥିବା ବ୍ୟକ୍ତି । ଶିଶୁଟିକୁ ସିଡବ୍ଲୁସିରେ ହାଜର ପରେ ସ୍ପେଶାଲ ଆଡପ୍ସନ୍ ସେଣ୍ଟର ପଠାଯିବ । ଗତକାଲି ୬ ଦିନର ଶିଶୁପୁତ୍ରକୁ ବାପା ନିଶା ଖାଇବା ଲାଗି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ଗତକାଲି ରାତିରେ ଏହି କେସର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ।

ବର୍ତ୍ତମାନ ଘଟଣାର ତଦନ୍ତ ବି ଚାଲିଛି । ଆମେ କମିଶନେରେଟ ପୋଲିସ ସହାୟତାରେ ମାଳିସାହିରୁ ପିଲାଟିକୁ ଉଦ୍ଧାର କରିଛୁ । ଯିଏ ପିଲା ନେଇଥିଲେ ସେ ବି ୧୦,୦୦୦ ଟଙ୍କାରେ ଶିଶୁଟିକୁ କିଣିଥିବା ସ୍ୱୀକାର କରିଛନ୍ତି । ଯେହେତୁ ପିଲାଟିର ବାପା-ମା’ ଗରିବ, ତେଣୁ ଶିଶୁଟିକୁ ବିକ୍ରି କରିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଟି ଶିଶୁପୁତ୍ରକୁ ବିକ୍ରି କରିଛନ୍ତି ସେ ଡ୍ରଗ୍ ଆଡିକ୍ଟି ଭଳି ମନେ ହେଉଛନ୍ତି । ତେଣୁ ନିଶା ପାଇଁ ସେ ପିଲାଟିକୁ ବିକ୍ରି କରିଥାଇପାରନ୍ତି ବୋଲି ବେଣୁଧର କହିଛନ୍ତି । ତେବେ ଏନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

Comments are closed.