ଏନ୍ଟି ପିସିକୁ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ

56

ନୂଆଦିଲ୍ଲୀ : ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ(ଏନଟିପିସି)କୁ ପ୍ରଥମ ଥର ୨୦୨୧ ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତି ଦାତା ସମ୍ମାନ ମିଳିଛି । ସେହିପରି ଗ୍ରେଟ ପ୍ଲେସ୍ ଟୁ ୱାର୍କ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ଲାଗାତର ୧୫ ବର୍ଷ କାର୍ଯ୍ୟ ଲାଗି କର୍ମଚାରୀଙ୍କ ନିମନ୍ତେ ଶ୍ରେଷ୍ଠ କାର୍ଯ୍ୟସ୍ଥଳର ମାନ୍ୟତା ମଧ୍ୟ ମିଳିଛି । ଭାରତର ଏନଟିପିସି ଏକମାତ୍ର ସାର୍ବଜନିକ ଉପକ୍ରମ (ପିଏସୟୁ) ଯାହା ଦେଶର ଶ୍ରେଷ୍ଠ କାର୍ଯ୍ୟସ୍ଥଳ ଭାବେ ଲଗାତାର ସମ୍ମାନିତ ହୋଇଆସୁଛି ।

ଏନଟିପିସି ଚଳିତବର୍ଷ ୪୭ ମଧ୍ୟରୁ ଶୀର୍ଷ କାର୍ଯ୍ୟସ୍ଥଳସୂଚୀର ୩୮ତମ ସ୍ଥାନକୁ ପହଞ୍ଚିଛି । ସେହିପରି ଚଳିତବର୍ଷ ଏନଟିପିସି ୨୦୨୧ରେ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ ଲାଗି ମଧ୍ୟ ମନୋନୀତ ହୋଇଛନ୍ତି । ଜି ପିଟିଡବ୍ଲୁଙ୍କ ସର୍ବଶ୍ରେଷ୍ଠ କାର୍ଯ୍ୟସ୍ଥଳ ସୂଚୀକୁ ପ୍ରତିବର୍ଷ ଉତ୍ତିତ ହେବା ସଂସ୍ଥାର କାର୍ମିକ ପ୍ରଥା ଓ ଦୃଷ୍ଟିକୋଣର ଏକ ପ୍ରମାଣ ବୋଲି କେନ୍ଦ୍ର ବିଦ୍ୟୁତ ମନ୍ତ୍ରାଳୟ କହିଛନ୍ତି । ସେହିପରି ଗ୍ରେଟ ପ୍ଲେସ୍ ଟୁ ୱାର୍କ ସାର୍ଟିଫିକେଟ୍ ବିଶ୍ୱବ୍ୟାପୀ ସ୍ୱୀକୃତି ପ୍ରାପ୍ତ ଉଚ୍ଚ ବିଶ୍ୱାସର ସ୍ୱର୍ଣ୍ଣ ମାନକ ବିଚାର କରାଯାଏ । ଏହା ଛଡା ମାର୍ଚ୍ଚ ୨୦୨୧ରେ ଦେଶର ଲୋକ ପରିଚାଳନା କ୍ଷେତ୍ରର ଏନଟି ପିସି ପିଏସୟୁ ସିଆଇଆଇ ଏଚଆରଏକ୍ସଲେନ୍ସ ରୋଲ ମଡେଲ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି ।

Comments are closed.