ଧୀରେ ଧୀରେ ସବୁଜ ହେଉଛି ଓଡ଼ିଶା

72

-ପଜିଟିଭିଟି ହାର ୫.୩୫କୁ ହ୍ରାସ

ଭୁବନେଶ୍ୱର : ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ପଜିଟିଭିଟି ହାର ହ୍ରାସ ପାଉଛି । ପଜିଟିଭିଟି ହାର ୫.୮୭ ପ୍ରତିଶତରୁ ଖସି ୫.୩୫ରେ ପହଞ୍ଚିଛି । ଉଭୟ ପଜିଟିଭିଟି ଓ ଆକ୍ଟିଭ୍ ରେଡ୍ଜୋନ୍ ରେ ୪ ଜିଲ୍ଲା ଅଛି । ଯାଜପୁରରେ ପଜିଟିଭିଟି ହାର ସର୍ବାଧିକ ୧୬ ପ୍ରତିଶତ ଥିବାବେଳେ ଖୋର୍ଦ୍ଧାରେ ୧୦.୫ ପ୍ରତିଶତ, ବାଲେଶ୍ୱର ୮.୩ ଏବଂ କଟକରେ ୮.୨ ପ୍ରତିଶତ ରହିଛି । କରୋନା ପଜିଟିଭିଟି ମାନଚିତ୍ରରେ ଧୀରେ ଧୀରେ ଗ୍ରୀନ୍ ହେଉଛି ଓଡ଼ିଶା । ଉଭୟ ଆକ୍ଟିଭ୍ ଓ ପଜିଟିଭିଟି ଗ୍ରୀନ୍ଜୋନ୍ରେ ୧୪ଟି ଜିଲ୍ଲା ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୮ ଜଣ, ବାଲେଶ୍ୱରରୁ ୨୬୧ ଜଣ, ବରଗଡ଼ରୁ ୫୨ ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରରୁ ୪୦ ଜଣ, ବୌଦ୍ଧରୁ ୩୧ ଜଣ, କଟକରୁ ୩୯୬ ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୮ ଜଣ,ଯାଜପୁରରୁ ୨୮୫ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳରୁ ୪୧ ଜଣ, କେନ୍ଦ୍ରାପଡ଼ାରୁ ୧୧୧ ଜଣ, କେଉଁଝରରୁ ୪୭ ଜଣ, କୋରାପୁଟରୁ ୭୨ ଜଣ, ମାଲକାନଗିରିରୁ ୩୮ ଜଣ, ମୟୁରଭଞ୍ଜରୁ ୧୬୨ ଜଣ, ନବରଙ୍ଗପୁରରୁ ୬୦ ଜଣ, ନୟାଗଡ଼ରୁ ୧୪୨ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୨୧୭ ଜଣ, ରାୟଗଡ଼ାରୁ ୯୪ ଜଣ, ସମ୍ବଲପୁରରୁ ୩୨ଜଣ, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟ ପୁଲ୍ରୁ ୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮୭୩୯୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୯୮୫୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪୦୪୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୬୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments are closed.