ଆଜିଠୁ କ୍ୟାମ୍ପେନ୍ ମୋଡ୍ ରେ ଟିକାକରଣ : ଦୈନିକ ଟାର୍ଗେଟ୍ ୩ ଲକ୍ଷ

69

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ମୁତାବକ ସୋମବାରଠାରୁ ଦେଶରେ ନୂଆ ଟିକାକରଣ ନୀତି ଅନୁସାରେ ଟିକାକରଣ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଯେଉଁମାନେ ଗୋଟିଏ ଟିକା ନେଇଛନ୍ତି ସେମାନଙ୍କୁ ଠିକ ସମୟରେ ୨ୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଜି ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ଉଭୟ କେନ୍ଦ୍ର ସରକାର ପଠାଇଥିବା ଟିକା ଓ ରାଜ୍ୟ ସରକାର କିଣିଥିବା ଟିକା ବ୍ୟବହାର କରାଯିବ । ଟିକାକାରଣ ପାଇଁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ପଞ୍ଜିକରଣ ପାଇଁ ଟିକାକରଣ ପାଇଁ ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ କରାଯିବ । ସେହିପରି ପଞ୍ଚାୟତ ସମିତି (ବ୍ଲକ) ଓ ଏନ୍ଏସିରେ ଦୈନିକ ୫ଟି ଲେଖାଏଁ ସେସନ୍ କରାଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସି ।ଲ କମିଶନରଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ହାପାତ୍ର ।

Comments are closed.